ସୌତାନ ସାଜିଲା ଯାଇଥିଲା ସ୍ୱାମୀ,ସ୍ୱିକାର କଲା ଅଭିଯୁକ୍ତ ଶିବ ସାହୁଙ୍କ ସ୍ତ୍ରୀ

0

ବ୍ୟୁରୋ: ସୌତାନ ସାଜିଲା ଯାଇଥିଲା ସ୍ୱାମୀ । ଶିବଙ୍କ ମୁଣ୍ଡରେ ଭୁତ ସବାରୁ ଥିଲା ହୋଲି କହିଲା ସ୍ତ୍ରୀ । ବଡ ଭାଇ ପରିବାରକୁ ନିପାତ କରିବା ପାଇଁ ସେ ସୌତାନ ମଧ୍ୟ ପାଲଟିଯାଇଥିଲେ । ଯେତେ କହିବା ପରେ ମଧ୍ୟ ସେ ବୁଝିବା ଦୂରର କଥା ସେ ଶୁଣିବାକୁ ମଧ୍ୟ ରାଜି ନଥିଲେ । ସୂଚନା ଅନୁସାରେ, ପ୍ରଥମେ ସେ ତାଙ୍କ ସ୍ତ୍ରୀଙ୍କୁ ଗୋଟିଏ ଘରେ କବାଟ ଦେଇ ଦେଇଥିଲେ । ଯେତେବେଳେ ସେ ତାଙ୍କ ବଡ ଭାଇର ପରିବାରକୁ ମାରି ସାରିଥିଲେ ପରେ ସେ ତାଙ୍କ ସ୍ତ୍ରୀ କବାଟ ଖୋଲିବା ପରେ ତାଙ୍କୁ ମଧ୍ୟ କହିଥିଲେ ସେ ସ୍ଥାନରୁ ପଳାଇବା ପାଇଁ ନ ହେଲେ ତାଙ୍କୁ ବି ମାରିଦେବେ ବୋଲି ଦମକ ଦେଇଥିଲେ ।

ଭୟରେ ସେଠାରୁ ଦୌଡି ଚାଲିଯାଇଥିଲେ ହତ୍ୟା ଅଭିଯୁକ୍ତ ଶିବଙ୍କ ସ୍ତ୍ରୀ । ପାରିବାରିକ ବିବାଦରୁ ବଡଭାଇର ପୁରା ପରିବାରକୁ ସାନଭାଇ ମାରିଦେବା ଘଟଣା ବଡ ରହସ୍ୟ ସୃଷ୍ଟି କରିଛି । ଏକା ଏକା କିଭଳି ୫ ଜଣଙ୍କୁ ହାଣି ହତ୍ୟାକଲା ଏବେ ପ୍ରଶ୍ନ ଉଠୁଛି। ଗୋଟିଏ କୋଠରୀରେ ସମସ୍ତେ ଶୋଇଥିଲେ । ସମସ୍ତଙ୍କ ବୟସ ୧୪ରୁ ୪୪ ବର୍ଷ ଭିତରେ । ଅର୍ଥାତ ଶିବଙ୍କୁ ଜୋରଦାର ପ୍ରତିବାଦ କରିବାରେ ଏମାନେ ସମସ୍ତେ ସମର୍ଥ ଥିଲେ । ତଥାପି ଅଭିଯୁକ୍ତ ଶିବ ଘରେ ପଶି ଜଣଙ୍କ ପରେ ଜଣଙ୍କୁ ହାଣିଚାଲିଲେ ଅଥଚ କେହି ପ୍ରତିବାଦ କଲେନାହିଁ କେମିତି ।

କାହାର ଗୋଡ, କାହାର ହାତର ଶିରା ଏବଂ କାହାର ମୁଣ୍ଡକୁ ଶିବ ଯେତେବେଳେ କଟୁରୀରେ ହାଣି ଚାଲିଥିଲେ କେହି ଚିକ୍ରାର କଲେନାହିଁ କିମ୍ବା କାହାରି ନିଦ ଭାଙ୍ଗିଲା ନାହିଁ କିପରି ତାହା ହିଁ ସବୁଠାରୁ ବଡ ପ୍ରଶ୍ନ । ସବୁଠାରୁ ବଡକଥା ହେଉଛି ଶିବଙ୍କ ଦେହରେ ରକ୍ତ ଛିଟା ଲାଗିଲାନି କେମିତି । କେମିତି ଶିବ ସେହି ଘରେ ପଶିଲେ । ହତ୍ୟାକରି କେମିତି ଅନାୟାସରେ ବାହାରି ଆସିଲେ ଓ ଭିଡିଓ କଲେ । ବଡଭାଇର ପୁରା ପରିବାରକୁ ହତ୍ୟା କରିବା ପରେ ମଧ୍ୟ ତାଙ୍କ ମନରେ ଟିକିଏ ବି ଅନୁଶୋଚନା ନଥିଲା ଭଳି ଭିଡିଓରୁ ଜଣାପଡୁଛି ।

ପାଂଚ ଜଣଙ୍କୁ ହତ୍ୟା କରିବା ପରେ ଶିବ ଅତ୍ୟନ୍ତ ସ୍ୱାଭାବିକ ଜଣାପଡୁଛନ୍ତି । ଭିଡିଓରେ ଦୋଷ ସ୍ୱୀକାର କରି ଥାନାରେ ଆତ୍ମ ସଂମର୍ପଣ କରିବା ସବୁକିଛି ରହସ୍ୟ ବଢାଉଛି । ତେଣୁ ସନ୍ଦେହ ହେଉଛି କେବଳ ଶିବ ଏହି ହତ୍ୟାକାଣ୍ଡ କରିଛନ୍ତି ନା ତାଙ୍କ ସହ ଆଉକିଏ ଥିଲେ । ପୋଲିସ ଏଦିଗରେ ତଦନ୍ତ କରି ସତ ସାମ୍ନାକୁ ଆଣିବ ବୋଲି ଆଶା କରାଯାଉଛି । କାରଣ ଏଭଳି ଜଘନ୍ୟ କାଣ୍ଡ ଜଣେ ବ୍ୟକ୍ତି କିପରି କରିବ କାହା ଏବେ ରହସ୍ୟ ମୟ ସୃଷ୍ଟି କରିଛି ।