ବେଗୁନିଆପଡା ବ୍ଲକରେ କାର୍ଯ୍ୟକାରୀ ହେଉଛି ଦିବ୍ୟାଙ୍ଗ ଜନ ଶୁଣାଣି କାର୍ଯ୍ୟକ୍ରମ

0

ବେଗୁନିଆପଡା: ସମାଜରେ ଅପେକ୍ଷାକୃତ ଶାରୀରିକ ଓ ମାନସିକ ଭାବେ ଦୁର୍ବଳ ବିଚାର କରାଯାଉଥିବା ଭିନ୍ନକ୍ଷମଙ୍କ ସକାଶେ ଗଞ୍ଜାମ ଜିଲ୍ଲା ପ୍ରଶାସନର ଅଭିନବ ପ୍ରୟାସ। ସମସ୍ତ ଦିବ୍ୟାଙ୍ଗ ମାନଙ୍କ ସମସ୍ୟାର ସମାଧାନ ତଥା ସେମାନଙ୍କ ମଙ୍ଗଳ ସାଧନ ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ଅଭିଯୋଗ ଶୁଣାଣି କାର୍ୟ୍ୟକ୍ରମ ‘ଦିବ୍ୟାଙ୍ଗଜନ ସମାଧାନ’ କାର୍ୟ୍ୟକାରୀ କରାଯାଇଛି । ଏଣିକି ପ୍ରତି ସୋମବାର ସକାଳ ୧୦ଟାରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ ଅଭିଯୋଗ ଶୁଣାଣି ହେଉଛି । ତେବେ ଏହି କ୍ରମରେ ବେଗୁନିଆପଡା ବ୍ଲକରେ ବିଡ଼ିଓ ପ୍ରଜ୍ଞା ପ୍ରିୟଦର୍ଶିନୀଙ୍କ ତତ୍ୱାବଧାନରେ ଆରମ୍ବ ହୋଇଛି ଏହି କାର୍ୟ୍ୟକ୍ରମ ।

ଏହି ସମୟରେ ପ୍ରାଥମିକତା ଭିତ୍ତିରେ ସର୍ବ ପ୍ରଥମେ ଭିନ୍ନକ୍ଷମମାନଙ୍କ ଅଭିଯୋଗ ଶୁଣାଣି କରାଯାଉଛି ।‘ଦିବ୍ୟାଙ୍ଗଜନ ସମାଧାନ’ ଅଭିଯୋଗ ଶୁଣାଣିରେ ଭିନ୍ନକ୍ଷମମାନଙ୍କ ସ୍ୱାସ୍ଥ୍ୟ, ପ୍ରମାଣପତ୍ର, ଜୀବନ ଜୀବିକା, ସରକାରୀ ସହାୟତା, ଉପକରଣ ଆବଣ୍ଟନ, ଋଣ ପ୍ରଦାନ, ଶିକ୍ଷା ଇତ୍ୟାଦି ସମ୍ପର୍କରେ ଜନଶୁଣାଣି କରାଯାଉଛି । ପ୍ରତି ସୋମବାର ଦିନ ବ୍ଲକର ବିଭିନ୍ନ ପଞ୍ଚାୟତ ରୁ ଦିବ୍ୟାଙ୍ଗ ମାନେ ଆସି ସେମାନଙ୍କ ଅଭିଯୋଗ ର ସମାଧାନ କରିପାରୁଛନ୍ତି । ଯାହାକି ବେଗୁନିଆପଡା ବ୍ଲକ ରେ ସୁଚାର ରୂପେ କାର୍ୟ୍ୟକାରୀ ହୋଇପାରୁଛି ।

ଦିବ୍ୟାଙ୍ଗ ମାନେ ଏହି ସବୁ ସୁବିଧା ଗୋଟିଏ ଜାଗାରେ ଏହି କାର୍ୟ୍ୟକ୍ରମ ଦ୍ୱାରା ପାଇପାରୁଥିବାରୁ ଖୁସି ଅନୁଭବ କରିଛନ୍ତି । ଆଜି ବେଗୁନିଆପଡା ବ୍ଲକ ର ଅଙ୍ଗାରଗାଁ, ଦିଗାପଡା, ତାଳସର, ସୁମଣ୍ଡଳ ପଞ୍ଚାୟତରୁ ବହୁ ଦିବ୍ୟାଙ୍ଗ ଆସି ଦିବ୍ୟାଙ୍ଗ ଜନ ଶୁଣାଣି କାର୍ଯ୍ୟକ୍ରମରେ ନିଜର ଅଭିଯୋଗ ପ୍ରକାଶ କରିଥିଲେ । ଆଜିର କାର୍ଯ୍ୟକ୍ରମରେ ପେନସନ ପାଇଁ ୧୪ ଟି, ବିଭିନ୍ନ ସାର୍ଟିଫିକେଟ ପାଇଁ ୧୦ ଟି, ଊଜଓ ଲୋନ ପାଇଁ ୭ ଟି, ଚଊଝ ପାଇଁ ୪ ଟି ଅଭିଯୋଗ ଆସିଥିବା ବେଳେ ଏହି ଅଭିଯୋଗକୁ ଗ୍ରହଣ କରି ଏହାର ସମାଧାନ କରି ସୁବିଧା ଯୋଗାଇ ଦିଆଯିବ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ।