ସରକାରୀ ଯୋଜନା ଅନିୟମିତତା ନେଇ ଅଭିଯୋଗ ବାଢ଼ିଲା ଜିଲ୍ଲା ବିଜେପି

0

କେନ୍ଦ୍ରାପଡା: ଜିଲ୍ଲାରେ ଭୂତଳ ଜଳ ସ୍ତର ହ୍ରାସ ପାଇଥିବା ବେଳେ ଜିଲ୍ଲା ପ୍ରଶାସନ ଜଳ ଯୋଗାଣ ନେଇ ଆଦୌ ଯତ୍ନବାନ ହେଉ ନଥିବା ଜିଲ୍ଲା ବିଜେପି ଅଭିଯୋଗ କରିଛି। ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପାଣ୍ଠିରୁ ଜିଲ୍ଲାରେ ପ୍ରାୟ ୩୦ ଗୋଟି ବୃହତ ପାଣି ଟାଙ୍କି ରହିଥିବା ବେଳେ ସେସବୁକୁ କାର୍ଯ୍ୟକ୍ଷମ କରାଯାଉ ନାହିଁ। ପାଣି ଟାଙ୍କିକୁ ମରାମତି ଆଳରେ ପ୍ରଶାସନ ରଙ୍ଗ ମାରି ବସୁଧା ଯୋଜନାରେ ନିର୍ମିତ ହୋଇଥିବା ଦର୍ଶାଇବା ପାଇଁ ଉଦ୍ୟମ କରୁଥିବା ବିଜେପି ଅଭିଯୋଗ କରିଛି।

ସେହିପରି ସାଂସଦଙ୍କ ପାଣ୍ଠିରୁ ୪ କୋଟି ଟଙ୍କା ବ୍ୟୟରେ କେନ୍ଦ୍ରାପଡା ସହରରେ ନିର୍ମିତ ଜିଲ୍ଲା ସଂସ୍କୃତି ଭବନ ଭୂତ କୋଠିରେ ପରିଣତ ହୋଇଛି। ସେହିପରି ଜିଲ୍ଲାରେ କ୍ରୀଡ଼ାବିତ ମାନଙ୍କ ପାଇଁ ୩୦ ଗୋଟି ମିନି ଷ୍ଟାଡିୟମ ନିର୍ମାଣ ହୋଇଥିଲେ ମଧ୍ୟ ତାହା କାମରେ ଲାଗୁ ନାହିଁ। ରାଜ୍ୟ ସରକାରଙ୍କ ହାତବାରିସୀ ସାଜି ଜିଲ୍ଲା ପ୍ରଶାସନ ଏହି ସବୁ ପ୍ରକଳ୍ପକୁ ଅଣଦେଖା କରି ଚାଲିଛି। ପ୍ରଶାସନ ହୀନ ରାଜନିତୀରୁ ଉର୍ଦ୍ଧ୍ବକୁ ଉଠି ଲୋକମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ ପଦକ୍ଷେପ ନେବାକୁ । ଜିଲ୍ଲା ପ୍ରଶାସନ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବା ସହ ଲୋକମାନଙ୍କ ଜଳ ସଙ୍କଟ ସମସ୍ୟା ଦୂର କରିବା ପାଇଁ କେନ୍ଦ୍ରାପଡା ଜିଲ୍ଲା ବିଜେପି ସଭାପତି କିଶୋର ପଣ୍ଡା ଏକ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ସଲିମ ଖାଁ, ସୁନାକର ବେହେରା, ଦୁର୍ଯ୍ୟୋଧନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।