ବିଭିନ୍ନ ଉନ୍ନୟନ କାର୍ୟ୍ୟର ସମୀକ୍ଷା କଲେ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ

0

(ରଜନୀ କାନ୍ତ ପାତ୍ର / ହିଞିଳି) : ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତାତ୍ରେୟ ଭାଉ ସାହେବ ଗୁରୁବାର ହିଞ୍ଜିଳି ଗସ୍ତରେ ଆସି ୩ ପଞ୍ଚାୟତର ଉନ୍ନୟନ କାର୍ୟ୍ୟ ପରିଦର୍ଶନ କରିବା ସହ ସମୀକ୍ଷା କରିଥିଲେ। ହିଞ୍ଜିଳି ବ୍ଳକର ଦୟାପଲ୍ଲୀ,ଦୁର୍ବନ୍ଧ ଓ ସାରୁ ପଞ୍ଚାୟତରେ ଉଚ୍ଚ ବିଦ୍ୟାଳୟର ସ୍ମାର୍ଟ ଶ୍ରେଣୀ ଗୃହ,ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଚାଲିଥିବା ପଞ୍ଚାୟତର ବହୁ ଉନ୍ନତିମୂଳକ କାର୍ୟ୍ୟ ସମେତ ଦୁର୍ବନ୍ଧରେ ଏମସିସି ଓ ଏମଆରଏଫ କେନ୍ଦ୍ର ଓ ସାରୁରେ ନିର୍ମାଣାଧୀନ ଥିବା ଆଦର୍ଶ ଗାଈ ଗୁହାଳର ଅଗ୍ରଗତି ସମ୍ପର୍କରେ ଆଲୋଚନା ଓ ତଦାରଖ କରିଥିଲେ। ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସହ ଆଇଏସ ଅଧିକାରୀ (ପ୍ରୋବେସନ) ମିସ ମଧୁମିତା, ବିଡ଼ିଓ ସୁବ୍ରତ କୁମାର ଜେନା,ସହକାରୀ ଯନ୍ତ୍ରୀ ହେମନ୍ତ କୁମାର ମିଶ୍ର,ରାମହରି ଶର୍ମା,ପିଇଓ ରାଜେନ୍ଦ୍ର କୁମାର ପଟ୍ଟନାୟକ,ଇ.ଶଙ୍କର ରାଓ ଓ ଏସ. ରାଜେଶଙ୍କ ସମେତ କନିଷ୍ଠ ଯନ୍ତ୍ରୀ, ସଂପୃକ୍ତ ପଞ୍ଚାୟତର ସରପଞ୍ଚ, ସମତିସଭ୍ୟ, ଜନ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।