ଭୁବନେଶ୍ୱର: ଗତ କିଛି ଦିନ ହେବ ନମ୍ବର ପ୍ଲେଟ୍ ପରିବର୍ତ୍ତନକୁ ନେଇ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥିଲା । ଏ ନେଇ ମାମଲା ହାଇକୋର୍ଟରେ ପହଞ୍ଚିଥିଲା । ବର୍ତ୍ତମାନ ଏ ନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି ରାଜ୍ୟ ସରକାର । ୧,୨,୩,୪ ନମ୍ବର ପାଇଁ ଆଉ ମାସେ ସମୟସୀମା ବୃଦ୍ଧି କରାଯାଇଛି । । ଡିସେମ୍ବର ୩୧ ତାରିଖ ଯାଏଁ ଏହି ସମୟସୀମା ବୃଦ୍ଧି ନେଇ ସତ୍ୟପାଠରେ ଉଲ୍ଲେକ କରିଛନ୍ତି ରାଜ୍ୟ ସରକାର ।
ସୂଚନାମୁତାବକ, ଯଦି କୋଣସି ବ୍ୟକ୍ତି ଏହି ସମୟ ଅବଧି ଭିତରେ ନମ୍ବର ପ୍ଲେଟ ବୁକିଙ୍ଗ କରିଦେଇଥିବେ, ତେବେ ସେମାନଙ୍କ ଉପରେ ।କୌଣସି କାର୍ଯ୍ୟାନୁଷ୍ଠାନ ନିଆନିବ ନାହିଁ ବୋଲି ସୂଚନା ରହିଛି ।