ବ୍ରିଟେନରେ ପୁଣି ଆରମ୍ଭ ହେଲା ରାଜାଙ୍କ ଶାସନ : ଚାର୍ଲସ ୩ୟ ହେଲେ ବ୍ରିଟେନର ନୂଆ ମହାରାଜା

0

ଲଣ୍ଡନ : ବ୍ରିଟେନ୍‌ରେ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କର ବିୟୋଗରେ ପରେ ଗୋଟେ ଯୁଗର ଅବସାନ ଘଟିଛି। ବ୍ରିଟେନର ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ପରେ ନୂଆ ରାଜା ହୋଇଛନ୍ତି ତାଙ୍କ ପୁଅ ୭୩ ବର୍ଷୀୟ ପ୍ରିନ୍ସ ଚାର୍ଲସ । ଆଜି ଲଣ୍ଡନର ସେଣ୍ଟ ଜେମ୍ସ ପ୍ରାସାଦରେ ବ୍ରିଟେନର ଆକସେସନ କାଉନସିଲ ପକ୍ଷରୁ ଔପଚାରିକ ଭାବେ ମହାରାଜା ଘୋଷଣା କରିଛନ୍ତି । ଏହି ଆକସେସନ କାଉନସିଲରେ ବ୍ରିଟେନର ବର୍ତ୍ତମାନ ଓ ପୂର୍ବତନ ପ୍ରଧାନମନ୍ତ୍ରୀ, ବିଶିଷ୍ଟ ବ୍ୟକ୍ତି, ଧର୍ମଗୁରୁମାନେ ସଦସ୍ୟ ଥାଆନ୍ତି ।

ଆନୁଷ୍ଠାନିକ ଭାବେ ମହାରାଜା ଘୋଷଣା ହେବା ପରେ ଚାର୍ଲସ ୩ୟ ନିଜ ମାତା ତଥା ରାଣୀ ଏଲିଜାବେଥ ୨ୟଙ୍କ ପରଲୋକ ସଂପର୍କରେ ଘୋଷଣା କରିଛନ୍ତି । ମହାରାଜା ହେବା ପରେ ତାଙ୍କ ନାଁ ହୋଇଛି ମହାରାଜା ଚାର୍ଲସ ୩ୟ । ମହାରାଜା ଭାବେ ସେ ବ୍ରିଟେନ, ଉତ୍ତର ଆୟର୍ଲାଣ୍ଡର ଶାସନ ମୁଖ୍ୟ ହେବେ । ଏହା ସହିତ ସେ ରାଜ୍ୟଗୋଷ୍ଠୀର ମୁଖ୍ୟ ହେବେ । କ୍ଷମତା ଗ୍ରହଣ କରିବା ପରେ ଚାର୍ଲସ କହିଛନ୍ତି ଯେ ସେ ନିଜର ଗୁରୁ ଦାୟିତ୍ବ ଓ କର୍ତ୍ତବ୍ୟ ସଂପର୍କରେ ସଚେତନ ଅଛନ୍ତି ।

ଚାର୍ଲସ ରାଜା ହେବା ପରେ ତାଙ୍କ ପତ୍ନୀ କାମିଲା ରୋଜେମାରି ୟୁକେର କେଥରିନ ଡଚେର୍ସ ଅଫ୍ କାନୱାଲ ନାମରେ ପରିଚୟ ପାଇଛନ୍ତି । ବ୍ରିଟେନ୍‌ ଇତିହାସରେ ପ୍ରଥମ ଥର ପାଇଁ ଟେଲିଭିଜନ ଜରିଆରେ ବ୍ରିଟେନବାସୀ ଦେଖିଛନ୍ତି ଚାର୍ଲ୍ସ ତୃତୀୟଙ୍କ ରାଜ୍ୟାଭିଷେକ। ସେଣ୍ଟ ଜେମ୍ସ ପେଲେସ୍‌ରେ ଚାର୍ଲ୍ସ ଫିଲିପ୍ସ ଅର୍ଥର ଜର୍ଜଙ୍କର ରାଜ୍ୟାଭିଷେକ ହେବା ସହିତ ତାଙ୍କ ପତ୍ନୀ କ୍ୟାମେଲାଙ୍କୁ ରାଣୀ ବୋଲି ଘୋଷଣା କରାଯାଇଥିଲା।ଏବେ ଚାର୍ଲସ ରାଜକୀୟ ପ୍ରଥା ଅନୁଯାୟୀ ବିନା ପାସପୋର୍ଟରେ ବିଦେଶ ଯାତ୍ରା କରିିବେ । କାରଣ ତାଙ୍କ ନାମରେ ହିଁ ପାସପୋର୍ଟ ତିଆରି ହୋଇଥାଏ । କେବଳ ବ୍ରିଟେନରେ ରହିଛି ଏହି ପ୍ରଥା ।