ଟେନିସ ଜଗତରେ ସାନିଆ ଯୁଗର ଅବସାନ

0

ନୂଆଦିଲ୍ଲୀ: ହଠାତ ଏକ ବଡ ଘୋଷଣା କରିଛନ୍ତି ଭାରତୀୟ ଟେନିସ ତାରକା ସାନିଆ ମିର୍ଜା । ଟେନିସ ଜଗତରୁ ସେ ନେଇଛନ୍ତି ଅବସର । ଚଳିତ ବର୍ଷ ଅର୍ଥାତ ୨୦୨୨ ସାନିଆଙ୍କ ପାଇଁ ହେବ ଶେଷ ସିଜନ । ଶେଷ ଥର ପାଇଁ ଏହି ବର୍ଷ ମଇଦାନରେ ନଜର ଆସିବେ ସାନିଆ ମିର୍ଜା । ଅଷ୍ଟ୍ରେଲିଆନ ଓପନ ଖେଳିବା ପାଇଁ ଅଷ୍ଟ୍ରେଲିଆରେ ଥିବା ସାନିଆ ଏନେଇ ଘୋଷଣା କରିଛନ୍ତି । ମହିଳା ଡବଲ୍ସର ପ୍ରଥମ ରାଉଣ୍ଡରେ ପରାଜିତ ହେବା ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି ସାନିଆ ।

The return of Sania Mirza

୨୦୨୨ ସାନିଆଙ୍କର ଶେଷ ସିଜନ ହେବ ବୋଲି ସେ ସ୍ପଷ୍ଟ କରିଛନ୍ତି । ତେବେ ସେ ପ୍ରତି ସପ୍ତାହ ପ୍ରସ୍ତୁତି ଜାରି ରଖିଛନ୍ତି । କିନ୍ତୁ ସେ ଆଗାମୀ ସିଜନ ଖେଳିପାରିବେ କି ନାହିଁ ସେଥିରେ ଅନିଶ୍ଚିତତା ପ୍ରକାଶ କରିଛନ୍ତି ସାନିଆ ।

Sania Mirza Retirement: भारताची स्टार टेनिसपटू सानिया मिर्झाने केली निवृत्तीची घोषणा, कारण काय.. जाणून घ्या - Marathi News | Sania Mirza to retire from tennis at the end of season ...

ଜିତିଛନ୍ତି ୬ ଗ୍ରାଣ୍ଡ ସ୍ଲାମ

ସାନିଆ ମିର୍ଜା ମହିଲା ଡବଲ୍ସରେ ୨୦୧୬ରେ ଅଷ୍ଟ୍ରେଲିଆନ ଓପନ, ୨୦୧୫ରେ ଓ୍ଵିମ୍ବଲଣ୍ଡନ ଏବଂ ୟୁଏସ ଓପନ ଟାଇଟଲ୍ ଜିତିଥିଲେ। ସେହିପ ରି ମିକ୍ସ ଡବଲ୍ସରେ ସେ ୨୦୦୯ରେ ଅଷ୍ଟ୍ରେଲିଆନ ଓପନ, ୨୦୧୨ରେ ଫ୍ରେଞ୍ଚ ଓପନ ଏବଂ ୨୦୧୪ରେ ୟୁଏସ ଓପନ ଜିତିଥିଲେ।

୨୦୦୩ରେ ଆରମ୍ଭ  ହୋଇଥିଲା କ୍ୟାରିୟର

୩୫ ବର୍ଷୀୟ ସାନିଆ ଭାରତର ସବୁଠୁ ବଡ ମହିଳା ଟେନିସ୍ ଖେଳାଳି। ସେ ଟେନିସ୍ରେ ନିଜର ପେଶାଦାର କ୍ୟାରିୟର ୨୦୦୩ରେ ଆରମ୍ଭ କରିଥିଲେ। ଗତ ୧୯ ବର୍ଷ ଧରି ସେ ନିୟମିତ ଟେନିସ୍ ଖେଳି ଆସୁଛନ୍ତି ଏବଂ ଅନେକ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ଭାରତକୁ ଜିତାଇଛନ୍ତି। ସେ ନିଜ କ୍ୟାରିୟରରେ ଡବଲ୍ସରେ ଏକ ନମ୍ବର ଖେଳାଳି ମଧ୍ୟ ରହିଛନ୍ତି।

କହୁଣୀ ଆଘାତ ଯୋଗୁଁ ସିଙ୍ଗଲ୍ସ ମ୍ୟାଚ୍ ଛାଡିଥିଲେ

ସାନିଆଙ୍କୁ କୋହୁଣୀଜନିତ ସମସ୍ୟା କାରଣରୁ ସିଙ୍ଗଲ୍ସରୁ ହଟିବାକୁ ପଡିଥିଲା। ଭାରତର ଦୁଇ ମହିଳା ଟେନିସ୍ ଖେଳାଳି ଏ ପର୍ୟ୍ୟନ୍ତ ଡବ୍ଲ୍ୟୁଟିଏ ଟାଇଟଲ୍ ଜିତିଛନ୍ତି। ସେଥିରୁ ସାନିଆ ଜଣେ। ସେ ସିଙ୍ଗଲ୍ସର ଟପ୍ ୧୦୦ରେ ପହଞ୍ଚିବାରେ ଏକାକୀ ଭାରତୀୟ ମହିଳା ଖେଳାଳି। ସାନିଆ ୨୦୧୦ରେ ପାକିସ୍ତାନର ଷ୍ଟାର କ୍ରିକେଟ୍ ଖେଳାଳି ତଥା ପୂର୍ବତନ ଅଧିନାୟକ ସୋଏବ ମଲିକଙ୍କୁ ବିବାହ କରିଥିଲେ।