ପୁଅକୁ ଉଗ୍ର ଷଣ୍ଢ କବଳରୁ ରକ୍ଷା କରିବା ପାଇଁ ରିଙ୍ଗକୁ ଡେଇଁଲା ବାପା

0

ଦିଲ୍ଲୀ: ଯେତେବେଳେ ଗୋଟିଏ ପିଲା ଉପରେ କୌଣଷି ବିପଦ ଆସିଥାଏ ସେତେବେଳେ ତା ବାପା ହିଁ ତା ଆଗରେ ଢାଲ ହୋଇ ଛିଡା ହୋଇଥାଏ । ଅର୍ଥାତ ନିଜ ପିଲାକୁ ସୁରକ୍ଷା ଦେବା ପାଇଁ ତା ବାପା କିଛି ବି କରିବାକୁ ସର୍ବଦା ପ୍ରସ୍ତୁତ ଥାନ୍ତି । ନିକଟରେ ସେହି ପରି କିଛି ଭିଡିଓ  ଇନଷ୍ଟାଗ୍ରାମରେ ପୋଷ୍ଟ ହୋଇଛି, ଯାହା ଏକ ଉଦାହରଣ ସୃଷ୍ଟି କରିଛି । ଏଠାରେ ଏକ ରୋଡିଓ ସମୟରେ ଜଣେ ବାପା ନିଜ ପୁଅକୁ ଉଗ୍ର ଷଣ୍ଢ କବଳରୁ ରକ୍ଷା କରୁଥିବା ଭିଡିଓରେ ଦେଖିବାକୁ ମିଳୁଛି। ବାପା ଢାଲ ହୋଇ ପୁଅର ସମ୍ନାକୁ ଆସି ରକ୍ଷା କରିଥିବା ଦେଖାଯାଇଛି ।

https://www.instagram.com/tv/CZ8Q2LPtoYr/?utm_source=ig_web_button_share_sheet

କୋଡି ହୁକ ଜଣେ ବୁଲ୍ ରାଇଡର, ଯିଏ ରିଙ୍ଗରେ ପ୍ରବେଶ କରିବା କ୍ଷଣି ହଠାତ୍ ଅଚେତ ଅବସ୍ଥାରେ ତଳେ ପଡ଼ି ଯାଇଥିଲେ। ଏହି ସମୟରେ ତାଙ୍କ ବାପା ପୁଅକୁ ବଞ୍ଚାଇବାକୁ ରିଙ୍ଗକୁ ଡେଇଁ ପଡିଥିଲେ ଏବଂ ପୁଅକୁ କୁଣ୍ଢାଇ ପକାଇ ରକ୍ଷା କରିଥିଲେ । କୋଡି ହୁକ ଇନଷ୍ଟାଗ୍ରାମରେ ତାଙ୍କୁ ଏବଂ ତାଙ୍କ ବାପାଙ୍କୁ ଦେଖାଇ ଏହି ଭିଡିଓ ସେୟାର କରିଛନ୍ତି।  ଏହି ଭିଡିଓ ପୋଷ୍ଟ ହେବା ପରେ ପ୍ରାୟ ୨ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି ।