ବାପାର ବାଇକରେ ଝିଅର ଶବ

0

ମାଲକାନଗିରି : ମୋ ଝିଅକୁ ମ୍ୟାଲେରିଆ ହୋଇଥିଲା । ମୁଁ ତାକୁ ମେଡିକାଲ ନେଇଥିଲି । କିନ୍ତୁ ଟଙ୍କା ଅଭାବରୁ ମୋ କୁନି ଝିଅର ଜୀବନ ଚାଲିଗଲା । ଘରକୁ ମୋ ଝିଅର ମୃତ ଦେହ ଆମ୍ବୁଲାନ୍ସରେ ଆଣିବାକୁ ଚାହୁଁଥିଲି । ଆମ୍ବୁଲାନ ମିଳିଲା ସତ କିନ୍ତୁ ୭୦୦ ରୁ ୮୦୦ ଟଙ୍କା ମାଗିଲେ ମେଡିକାଲ କର୍ତ୍ତୃପକ୍ଷ । ମୁଁ ଗରିବ ଲୋକ ମୋ ପାଖରେ ଏତେ ଟଙ୍କା ନ ଥିଲା ଶେଷରେ ମୁଁ ମୋ ଝିଅର ମୃତ ଦେହକୁ ବାଇକ୍ରେ ନେଇଆସିଲି । ଏ କଥା ଆମେ କହୁନୁ ଗୋଟିଏ ଅସହାୟ ବାପା ଓ ମା’ଙ୍କ ମନର କଥା । ଯେଉଁ ମା’ ନଅ ମାସ ନଅ ଦିନ ଗର୍ଭରେ ଧରି ଜନ୍ମ ଦେଇଥିଲା ତା କୋଳ ଆଜି ଖାଲି ହୋଇଗଲା ।

ଯେଉଁ କୋଳରେ ତାର ଅଳି ଅର୍ଦଳି ଅଝଟ ସବୁ ସହୁଥିଲା ସେ ଆଜି ଅଚିନ୍ତାରେ ଶୋଇଥିବାର ଦେଖି ମା’ର ମନର କୋହ କମୁନି । ଏଭଳି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲାରେ । ସୂଚନା ମୁତାବକ ନାବାଳିକା ଜଣକ ଅସ୍ଥୁତ ଥିିବାରୁ ତାଙ୍କୁ ମାଲକାନାଗିରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ପରିବାର ଲୋକେ । କିନ୍ତୁ ଅର୍ଥ ଅଭାବରୁ ଚିକିତ୍ସା ଅବସ୍ଥାରେ ଚାଲିଗଲା ଝିିଅର ଜୀବନ । ମୃତଦେହକୁ ଆଣିବାକୁ ଆମ୍ବୁଲାନ୍ସ ନମିଳିବାରୁ ବାଇକରେ ଝିଅକୁ ଧରି ଗାଁକୁ ଚାଲିଆସିଥିଲେ ।ହେଲେ ଏଥିପାଇଁ ଦୋଷ ଦେବା କାହାକୁ ସ୍ବାସ୍ଥ୍ୟ ବିଭାଗ ନା ପରିବାର ଲୋକଙ୍କୁ ତାହା ଠିକ୍ ଭାବେ ବୁଝି ହେଉନାହି । ଗତକାଲି ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ୪ ବର୍ଷର ଶିଶୁ କନ୍ୟାର ମୃତ୍ୟୁ ହେବା ପରେ ପରିବାର ଲୋକେ ଟଙ୍କା ଅଭାବରୁ ମୃତ ଦେହକୁ ମୋଟର ସାଇକେଲ ଯୋଗେ ନିଜ ଘରକୁ ନେଇଥିବା ଅଭିଯୋଗ ହୋଇଛି ।

ସେଠାରେ ଚିକିତ୍ସାଧିନ ଅବସ୍ତାରେ ଶିଶୁଟିର ମୃତ୍ୟୁ ହୋଇଛି । ମୃତ୍ୟୁ ପରେ ସରକାରଙ୍କ ନିୟମ ଅନୁଯାୟୀ ଶବକୁ ମହା ପ୍ରଣାୟଣ ଗାଡିରେ ଘରକୁ ପଠା ଯିବାର ନିୟମ ରହିଛି ହେଲେ ଏଥିପାଇଁ କିଲୋମିଟର ପିଚ୍ଛା ୧୩ ଟଙ୍କା ହିସାବରେ ଟଙ୍କା ପୈଠ କରିବାକୁ ପଡେ । ଶବ ବାହକ ଭଡା ମାତ୍ର ପାଞ୍ଚ ଶହ ଦେଇ ନପାରି ଇର୍ମା ମାଢି ତାଙ୍କ ଝିଅର ମୃତ ଦେହକୁ ଏପରି ଭାବେ ଦିର୍ଘ ୧୫ କିଲୋମିଟର ରାସ୍ତା ମୋଟର ସାଇକେଲ୍ରେ ବୋହି ନେଇଥିବା କଥା କହିଛନ୍ତି । ହେଲେ ଏହି ଘଟଣାକୁ ନେଇ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରି କହିଛନ୍ତି ଯେ ଶବ ବାହକ ବଦଳରେ ମୋଟର ସାଇକେଲ ଯୋଗେଁ ମୃତ ଦେହ ନେବା ଲାଗି ପରିବାର ଲୋକେ କହିଥିଲେ । ଏମିତିକି ମେଡିକାଲ ଅଧିକାରି ଏଥିପାଇଁ ରାଜି ନହେବାରୁ ଶେଷରେ ଖାତାରେ ହସ୍ତାକ୍ଷର କରି ମୃତ ଦେହ ନେଇଥିଲେ ପରିବାର ଲୋକେ । ଏଭଳି ଏକ ଦୁଃଖ ଘଟଣା ସ୍ଥାନୀୟ ଅଂଚଳରେ ଘଟିଥିବାର ଦେଖି ଗାଁରେ ଶୋକର ଛାୟା ସୃଷ୍ଟି ହୋଇଛି ।