ଭୁବନେଶ୍ୱର : ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ପକ୍ଷରୁ ଗୃହରେ ବିବୃତି ରଖିଲେ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା | ଗତକାଲି ଗଣଶିକ୍ଷା ସଚିବ 45 ମିନଟ ଧରି ଆନ୍ଦୋଳନରତ ଶିକ୍ଷକଙ୍କ ପ୍ରତିନିଧିଙ୍କ ସହ ଆଲୋଚନା କଲେ | ରାଜ୍ୟ ସରକାର ସେମାନଙ୍କ ଦାବିର ବିଭିନ୍ନ ଦିଗକୁ ନେଇ ଆଲୋଚନା କରିଛନ୍ତି | କାରଣ ଏହା ଆନ୍ତ ବିଭାଗୀୟ ପ୍ରସଙ୍ଗ ଯେଉଁଥିରେ ଆର୍ଥିକ କଥା ବି ଅଛି | ସରକାର ସେମାନଙ୍କ ଦାବି ନେଇ ସଚେତନ ଅଛନ୍ତି ବୋଲି ତ 45 ମିନଟ ଧରି ଆଲୋଚନା କରିଥିଲେ | ଏବେ ବି ଆପୋଷ ଆଲୋଚନା ପାଇଁ ଦ୍ୱାର ଖୋଲା ଅଛି | ଶିକ୍ଷକ ରାସ୍ତାରେ ରୁହନ୍ତୁ ବୋଲି ସରକାର ଚାହାନ୍ତି ନାହିଁ | ତେଣୁ ଆଉ କିଛି ସମୟ ପରେ ମୁଖ୍ୟ ଶାସନ ସଚିବଙ୍କ ସହ ଶିକ୍ଷକ ପ୍ରତିନିଧିଙ୍କ ଆଲୋଚନା ଅଛି | ଆଲୋଚନା ମାଧ୍ୟମରେ ପଦକ୍ଷେପ ନିଆଯିବ |