ତୃତୀୟ ଲହର ମୁକାବିଲା ପାଇଁ ଓଡିଶା ସରାକାର ପ୍ରସ୍ତୁତ

0

ଭୁବନେଶ୍ୱର : ତୃତୀୟ ଲହରର ମୁକାବିଲା ପାଇଁ ସରକାରଙ୍କ ତତ୍ପରତା ଆରମ୍ଭ ହୋଇସାରିଛି । ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଦ୍ବିତୀୟ ଲହରେ ଦୈନିକ ସଂକ୍ରମଣ ହାରାହାରି ୧୦-୧୨ ହଜାର ଥିଲ। କେନ୍ଦ୍ର ସରକାର ଏକ ଆକଳନ ଦେଇଛନ୍ତି। ତୃତୀୟ ଲହରର ଦୈନିକ ସଂକ୍ରମଣ ହାରାହାରି ୧୦ ହଜାର ହେବ। ୧୨ ପ୍ରତିଶତ ପିଲା ସଂକ୍ରମିତ ହେବେ। ଏଥିରୁ ମାତ୍ର ୫ ପ୍ରତିଶତ ହସ୍ପିଟାଲାଇଜେସନ ହେବ। ୧୯ ହଜାର ପର୍ୟ୍ୟନ୍ତ ପିକ୍ ହୋଇପାରେ। ଦ୍ବିତୀୟ ଲହରର ସଂଖ୍ୟାକୁ ଦୃଷ୍ଟିରେ ରଖି ତୃତୀୟ ଲହର ପାଇଁ ପ୍ରସ୍ତୁତି କରାଯାଉଛି। ତୃତୀୟ ଲହରରେ ୬୦୦ ବେଡ ଆବଶ୍ୟକ ପଡ଼ିପାରେ, କିନ୍ତୁ ୩୦୦୦ ବେଡ ପାଇଁ ସରକାର ପ୍ରସ୍ତୁତ ହୋଇଛନ୍ତି ।
ହସ୍ପିଟାଲରେ ଆଇସିୟୁ, ଅକ୍ସିଜେନ ବେଡ, ଜିଲ୍ଲାରେ ଟେଷ୍ଟିଂ କ୍ଷମତା, ଜିଲ୍ଲାରେ ଅକ୍ସିଜେନ ପ୍ଲାନ ବସେଇବା ପାଇଁ ବ୍ୟବସ୍ଥା କରାଯାଉଛ । ଶିଶୁଙ୍କ ପାଇଁ ସବୁ ଜିଲ୍ଲାରେ ଆଇସିୟୁ ଅକ୍ସିଜେନେଟେଡ ବେଡ ବଢ଼େଇବା ପାଇଁ ବ୍ୟବସ୍ଥା ମଧ୍ୟ ହେଉଛି। ଟାର୍ଗେଟେଡ ଟେଷ୍ଟ କରାଯାଉଛି। ଆଇସିଏମଆର ଗାଇଡଲାଇନ ଅନୁସାରେ ଲକ୍ଷଣ ଥିବା ବ୍ୟକ୍ତି, ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଲୋକ, ହାଇରିସ୍କ ଗ୍ରୁପ, ବାହାରୁ ଆସୁଥିବା ବ୍ୟକ୍ତି, ହସ୍ପିଟାଲକୁ ଆସୁଥିବା ଲୋକ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଟେଷ୍ଟ ଟାର୍ଗେଟ ରହିଛି।