ସରକାରଙ୍କ ମାଳ ମାଳ ଯୋଜନା କିନ୍ତୁ କାର୍ଯ୍ୟକାରୀ ଶୂନ

0

ଜଗତସିଂହପୁର (ଦିଲ୍ଲିପ ସାହୁ ) – ସରକାର ମାଳମାଳ ଯୋଜନା କରୁଛନ୍ତି ।ରାସ୍ତାଘାଟର ଉନ୍ନତି ହେଉଥିବା ଡିଣ୍ଡିମ ପିଟୁଛନ୍ତି ,ହେଲେ ଦୀର୍ଘଦିନ ଧରି ମରାମତି କିମ୍ବା ପୁନର୍ନିମାଣ ନହେବାରୁ ଅବହେଳିତ ହୋଇପଡିଛି ଗ୍ରାମ୍ୟରାସ୍ତା। । ଦୈନିକ ହଜାର ହଜାର ଲୋକ ଏହି ରାସ୍ତା ଦେଇ ଯିବାଆସିବା କରନ୍ତି ।ଏଭଳି ଦୟନୀୟ ଅବସ୍ଥା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ନୁଆଡିହି ପଞ୍ଚାୟତ ପାଇକସାହୀ ଗ୍ରାମରେ।

ଏହେଉଛି ଏରସମା ବ୍ଲକ ନୁଆଡିହି ପଞ୍ଚାୟତ କିଆଡିଙ୍ଗି ପାଇକସାହୀ ଗ୍ରାମ ।ଏହି ଗ୍ରାମରେ ଚାଳିଶରୁ ଉର୍ଦ୍ଦ ପରିବାର ବସବାସ କରନ୍ତି।ପାଇକସାହୀ ଗ୍ରାମ ରାସ୍ତାଟି ତାଳଦଣ୍ଡା କେନାଲର ଶାଖା ୧୩ନମ୍ବର ସି କେନାଲବନ୍ଧ ରାସ୍ତା ଠାରୁ ପତିତପାବନ ରାସ୍ତା ପର୍ୟ୍ୟନ୍ତ ରହିଛି।ଏହି ରାସ୍ତା ଉପରେ ଏରସମା ଓ କୁଜଙ୍ଗ ବ୍ଲକର ପାଞ୍ଚଟି ପଞ୍ଚାୟତର ଲୋକ ଯାତାୟାତ ପାଇଁ ନିର୍ଭର କରିଥାନ୍ତି।ଦୀର୍ଘଦିନ ଧରି ଏହି ରାସ୍ତା ମରାମତି କିମ୍ବା ପୁନର୍ନିମାଣ ହୋଇନଥିବାରୁ ଖାଲଖମାରେ ପରିଣତ ହୋଇଛି।ବର୍ଷା ଟିକିଏ ହେଲେ ଗାଁଦାଣ୍ଡରେ ଆଣ୍ଠୁଏ ପାଣି ଜମୁଛି।ରାସ୍ତାରେ ଗୋଡି ଉଠି ଯାତାୟାତରେ ବାଧ୍ୟକ ସାଜିଛି।ରାସ୍ତାର ଦୁରାବସ୍ଥାକୁ ନେଇ ବ୍ଲକ ପ୍ରଶାସନ ଏପରିକି ବିଧାୟକ ମନ୍ତ୍ରୀଙ୍କ ପାଖରେ ଏକାଧିକବାର ଅଭିଯୋଗ କରିଥିଲେ ମଧ୍ୟ ସୁଧୁରିନି ରାସ୍ତାର ଅବସ୍ଥା ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ।

ଅନ୍ୟ ପକ୍ଷରେ ବ୍ଲକ ପ୍ରଶାସନ ଠାରୁ ଜିଲ୍ଲାପାଳ ଏପରିକି ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ସମେତ ବର୍ତ୍ତମାନର ବିଧାୟକ ତଥା ମନ୍ତ୍ରୀ ରଘୁନନ୍ଦନ ଦାସଙ୍କୁ ରାସ୍ତା ନିର୍ମାଣ ପାଇଁ ବାରମ୍ବାର ଗ୍ରାମବାସୀ ଜଣାଇଥିଲେ ମଧ୍ୟ ଏପର୍ୟ୍ୟନ୍ତ ରାସ୍ତା ନିର୍ମାଣ ହୋଇପାରୁନାହିଁ।ରାସ୍ତା ପାଇଁ ଗ୍ରାମବାସୀ ଜମି ଦେଇଥିବା ବେଳେ ରାସ୍ତା ଉପରେ କୁଜଙ୍ଗ ବ୍ଲକର ସାଇଲୋ, ଗରେଇ,ପୋତାନଇ ପଞ୍ଚାୟତ ଏରସମା ବ୍ଲକର ନୁଆଡିହି, ଚଟୁଆ,ବଳେଇପୁର ଆଦି ପଞ୍ଚାୟତର ହଜାର ହଜାର ଲୋକ ଯାଆଆସ ପାଇଁ ନିର୍ଭର କରିଥାନ୍ତି।ଦୀର୍ଘଦିନ ଧରି ରାସ୍ତାର ଅବସ୍ଥା ଦୟନୀୟ ହୋଇପଡିଥିବା ବେଳେ ଦୁର୍ଦ୍ଦଶା ଭୋଗୁଛନ୍ତି ଅଞ୍ଚଳବାସୀ। ।ଦୀର୍ଘଦିନ ଧରି ଏରସମା ବ୍ଲକରେ ବିଡିଓ ଅନୁପସ୍ଥିତ ଥିବା ବେଳେ ଫୋନ ଉଠାଉନଥିବାରୁ ମତାମତ ଜଣାପଡ଼ିନାହିଁ ଦୈନିକ ହଜାର ହଜାର ଲୋକ ଯାଆଆସ କରୁଥିବା ପାଇକସାହୀ କିଆଡିଙ୍ଗି ରାସ୍ତା ତୁରନ୍ତ ମରାମତି କିମ୍ବା ପୁନର୍ନିମାଣ ପାଇଁ ଗ୍ରାମବାସୀ ଦାବି କରୁଥିବା ବେଳେ ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେବା ଜରୁରୀ ହୋଇଛି। ରାସ୍ତା ମରାମତି କିମ୍ବା ପୁନର୍ନିମାଣ ନହେଲେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ