ଆସନ୍ତା ୨୮ରେ କଳିଙ୍ଗ ଷ୍ଟାଡିୟମ ହକି ଖେଳ ହେବ ଆରମ୍ଭ

ଭାରତ ସମେତ ସ୍ପେନ ଏବଂ ନ୍ୟୁଜଲାଣ୍ଣ ଟିମ ଅଂଶଗ୍ରହକ କରିବେ

0

ଭୁବନେଶ୍ୱର: ଆସନ୍ତା ୨୮ ତାରିଖରେ ହକି ମହାକୁମ୍ଭ । ହକି ପ୍ରୋ ଲିଗ ୨୦୨୨-୨୩ କଳିଙ୍ଗ ଷ୍ଟାଡିୟମ ଅନୁଷ୍ଠିତ ହେବ । ଏଥିରେ ଅଂଶଗ୍ରହଣ କରିବେ ଭାରତ ସମେତ ସ୍ପେନ ଏବଂ ନ୍ୟୁଜଲାଣ୍ଡ ଟିମ । ସୂଚନାମୁତାବକ, ଭାରତୀୟ ଟିମ ଭୁବନେଶ୍ୱରରେ ପହଞ୍ଚି ସାରିଥିବା ବେେଳେ ସ୍ପେନର ୨୬ ଜଣିଆମଧ୍ୟ ଟିମ ବିମାନ ବନ୍ଦରରେ ପହଞ୍ଚି ସାରିଛନ୍ତି । ସ୍ପେନ ଟିମ ବିମାନ ବନ୍ଦରରେ ପହଁଚିବା ପରେ ଭବ୍ୟ ସ୍ୱାଗତ କରାଯାଇଥିଲା । କଡା ସୁରକ୍ଷାରେ ଏକ ସ୍ୱତନ୍ତ୍ର ବସ ଯୋଗେ ସ୍ପେନ ଟିମ ଖେଳାଳିଙ୍କୁ ହୋଟେଲକୁ ନିଆଯାଇଛି ।ପ୍ରୋ ଲିଗ ମ୍ୟାଚ ପାଇଁ ଟିମ ବେଶ ପ୍ରସ୍ତୁତ ଥିବା ବେଳେ ଆଗକୁ ବିଶ୍ୱକପ ଥିବାରୁ ଏହି ଟୁର୍ଣ୍ଣାମେଣ୍ଟ ଦଳର ଅଭ୍ୟାସ ପାଇଁ ବେଶ ସହାୟକ ହେବ ବୋଲି ସ୍ପେନ ଟିମ କୋଚ ମାକ୍ସି ମିଲାନୋ କହିଛନ୍ତି । କଳିଙ୍ଗ ଷ୍ଟାଡିୟମର ପଡିଆ ଖୁବ ଭଲ, ଏହା ସହିତ ରାଉରକେଲାରେ ମଧ୍ୟ ବିଶ୍ୱକପ ହେବାକୁ ଥିବାରୁ ସେଠାକୁ ଯାଇ ଅଭ୍ୟାସ କରିବାର କାର୍ୟ୍ୟକ୍ରମ ରହିଛି। ପ୍ରୋ ଲିଗ ପାଇଁ ଆଜି ରାତିରୁ ଟିମ ଅଭ୍ୟାସ ଆରମ୍ଭ କରିବ। ସ୍ପେନ ଟିମ ଭଲ ପ୍ରଦର୍ଶ କରିବେ ବୋଲି ଆଶା ରଖିଛନ୍ତି ସ୍ପେନ ହକି ଟିମର କୋଚ ।ଅପରପକ୍ଷେ ଅପରାହ୍ନ ସାଢେ ୧ଟା ସମୟରେ ନ୍ୟୁଜଲାଣ୍ଡ ଟିମ୍ ଭୁବନେଶ୍ବର ବିମାନବନ୍ଦରରେ ପହଁଚିବାର କାର୍ୟ୍ୟକ୍ରମ ରହିଛି ।