ଭୁବନେଶ୍ୱର:ଚାଲିଛି ବିଧାନସଭା ଅଧିବେଶନ । ପୁଣି ଥରେ ବିରୋଧୀ ଦଳର ପ୍ରଶ୍ନରେ ଘାଇଲା ଶାସକ ଦଳ । ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଅଣତାରକା ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଭୁଲ ତଥ୍ୟ ଦେଇଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା l ସିଧାସଳଖ ନିଯୁକ୍ତ ଡି. ଏସ. ପି ଙ୍କ କ୍ଷେତ୍ରରେ ସାଧାରଣ ପ୍ରଶାସନର ପ୍ରଦତ୍ତ ଚିଠିସଂଖ୍ୟା ୨୪୧୮୮ ତାରିଖ ୦୯.୦୯.୨୦୨୧କୁ ଓ ମେଘଚଦ୍ରନ କେସର ସମ୍ପୂର୍ଣ ଅଣଦେଖା କରି ପ୍ରକାଶିତ ହଉଛି ଗ୍ରେଡ଼ସନ ତାଲିକା ।
ମେଘଚନ୍ଦ୍ର କେସ ଅନୁଯାୟୀ ନଭେମ୍ବର 2021 ପୂର୍ବରୁ ବରିଷ୍ଠ ଥିବା ଓ ଗ୍ରେଡ଼ସନରେ ସ୍ଥାନ ପାଇଥିବା ଅଧିକାରୀଙ୍କ କ୍ଷେତ୍ରରେ କ୍ୟାଚ ଅପ ଲାଗୁହେବ ନାହିଁ । ଆଇନ ବିଭାଗ ମଧ୍ୟ କ୍ୟାଚ ଅପ ରୁଲକୁ ଏକ ନିୟମ ନୁହେଁ ବ୍ୟତିକ୍ରମ ଭାବେ ଲାଗୁ କରିବା ପାଇଁ କହିଥିଲେ । ଏବେ କିନ୍ତୁ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଉତ୍ତର ଉଭୟ ନିୟମ ଓ ନୈତିକତା ବିରୋଧୀ, ଯାହା ସାଧାରଣ ପ୍ରଶାସନ ଓ ଆଇନ ବିଭାଗର ମତଠାରୁ ସମ୍ପୂର୍ଣ ଭିନ୍ନ ଓ କିଛି ନିର୍ଦିଷ୍ଟ ଗୋଷ୍ଠୀଙ୍କ ପାଇଁ ପ୍ରାୟୋଜିତ କାର୍ଯ୍ୟକ୍ରମ ପରି ମନେ ହେଉଛି । ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଏ ଭୁଲ ଉତ୍ତର କାହା ସ୍ୱାର୍ଥରେ ଓ ସେ ତୁରନ୍ତ କ୍ଷମା ପ୍ରାର୍ଥନା କରିବା ଉଚିତ ବୋଲି ବିଭିନ୍ନ ମହଲରୁ ଦାବି ଉଠିଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ପୂର୍ବରୁ ଏହି ସଂକ୍ରାନ୍ତରେ ମାନ୍ୟବର ଉଚ୍ଚ ନ୍ୟାଲୟ, ଓଡିଶା ରେ ୪ ଟି ମାମଲା ରୁଜୁ ହୋଇଅଛି ଓ ମାନ୍ୟବର ଉଚ୍ଚ ନ୍ୟାୟାଳୟ ମଧ୍ୟ ସୌରଷ୍ଟ୍ର ବିଭାଗକୁ ଭର୍ସନା କରିସାରିଛନ୍ତି ଓ ନିୟମ ଆଧାରରେ ବରିଷ୍ଠତା ତାଲିକା ପ୍ରସ୍ତୁତି ପାଇଁ ନିର୍ଦେଶ ଦେଇଛନ୍ତି । ଏବେ ଅଦାଲତ ଅବମାନନା ସାଙ୍ଗକୁ ବେନିୟମ ଗ୍ରେଡେସନ ତାଲିକା ସରକାରଙ୍କ ପାଇଁ ଏକ ମୁଣ୍ଡବ୍ୟଥାର କାରଣ ପାଲଟିଛି ।