ସୋମବାର ସକାଳ ସାଢ଼େ ୧୦ଟା ଯାଏଁ ଗୃହ ମୁଲତବି

0

ଭୁବନେଶ୍ବର: ଓଡ଼ିଶା ଅଗ୍ନିଶମ ସେବା ସଂଶୋଧନ ବିଲ ବିଧାନସଭାରେ ଶନିବାର ପାରିତ ହୋଇଯାଇଛି। ଏଥି ସହିତ ଚଳିତ ଶୀତକାଳୀନ ଅଧିବେଶନର ତୃତୀୟ ଦିନର ବିଧାନସଭା କାର୍ଯ୍ୟ ଶେଷ ହୋଇଯାଇଛି। ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗୃହକୁ ଆସନ୍ତା ସୋମବାର ଦିନ ସକାଳ ୧୦ଟା ୩୦ ପର୍ଯ୍ୟନ୍ତ ମୁଲତବି ରଖିଛନ୍ତି।

ଓଡ଼ିଶାରେ ଅଗ୍ନି ନିରୋଧ ଓ ଅଗ୍ନିନିରାପତ୍ତା ବ୍ୟବସ୍ଥା ସୁଦୃଢ଼ କରିବା ନିମନ୍ତେ ଓଡ଼ିଶା ଅଗ୍ନିଶମ ସେବା ଅଧିନିୟମ ୧୯୯୩ ପ୍ରଣୟନ ହୋଇ କାର୍ୟ୍ୟକାରୀ ହୋଇଆସୁଛି। ଏଣିକି କମ୍ପାନୀ ଗୁଡ଼ିକ ଅଗ୍ନିଶମ ସୁରକ୍ଷା ପ୍ରଣାମ ପତ୍ର ରଖିବାରେ ବିଫଳ ହେଲେ ଦଣ୍ଡ ବିଧାନ ବ୍ୟବସ୍ଥା ରହିଛି।

ଏହି ବିବାଦର ଆପୋଷ ସମାଧାନ କରିବା ପାଇଁ ଏଥିରେ ବ୍ୟବସ୍ଥା ରହିଛି ।ଅଗ୍ନିସମ ସେବା ନିର୍ଦେଶକ କିମ୍ବା ଅନ୍ୟ ପ୍ରାଧିକୃତ ଅଧିକାରୀ ଦ୍ବାରା ଜାରି ବିଜ୍ଞପ୍ତି ଆଦେଶ ଅଧିଗ୍ରହଣ କୁ ପାଳନ କରିବାରେ ଅସମର୍ଥ ହେଲେ ଏହା ଆପୋଷ ସମାଧାନ ଭୁକ୍ତ ହେବ ନାହିଁ । ଅଗ୍ନିନିବାରଣ ବା ଅଗ୍ନିନିର୍ବାପନ ସମ୍ବନ୍ଧୀୟ ସମସ୍ତ ମାମଲା ପ୍ରଥମ ଶ୍ରେଣୀ ନ୍ୟାୟିକ ମାଜିଷ୍ଟ୍ରେଟ ଙ୍କ ଦ୍ଵାରା ବିଚାର ବ୍ୟବସ୍ଥା ରହିଛି। ଅଗ୍ନିସମ ସେବା ନିର୍ଦେଶକ କିମ୍ବା ତାଙ୍କ ଦ୍ବାରା ପ୍ରାଧିକୃତ ଅଧିକାରୀ ଙ୍କ ଲିଖିତ ଅଭିଯୋଗ ବିନା କୈାଣସି ନ୍ୟାୟାଳୟ ଅଗ୍ନିସମ ନିୟମ ଉଲ୍ଲଙ୍ଘନ ଜନିତ ଅପରାଧ କୁ ଧ୍ୟାନ କୁ ନେବେ ନାହିଁ। ଅଗ୍ନିସମ ସେବା ଅଧିନିୟମ କାର୍ୟ୍ୟକାରୀ କରିବା ହେତୁ ଆଗତ ଅଭିଯୋଗ ଗୁଡିକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସମାଧାନ ପାଇଁ ପ୍ରଥମ ଅପିଲ କର୍ତୃପକ୍ଷଙ୍କ ଓ ଦ୍ବିତୀୟ ଅପିଲ କର୍ତୃପକ୍ଷ ବ୍ୟବସ୍ଥା ରହିଛି।