ପଇସା ଦେଲାନି ବୋଲି ସ୍ତ୍ରୀକୁ ବାଡ଼େଇ ବାଡ଼େଇ ମାରି ଦେଲା ରାକ୍ଷସ ସ୍ୱାମୀ

0

କେନ୍ଦ୍ର୍ରାପଡ଼ା: ଜୁଆ ଖେଳିବାକୁ ପଇସା ଦେଲାନି ବୋଲି ସ୍ତ୍ରୀକୁ ବାଡ଼େଇ ବାଡ଼େଇ ମାରି ଦେଲା ରାକ୍ଷସ ସ୍ୱାମୀ । ଏଭଳି ଘଟଣା ଆସିଛି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଜମ୍ବୁ ସାମୁଦ୍ରିକ ଥାନା ମଧ୍ୟମ ଜମ୍ବୁ ଗାଁରୁ । ଅଭିଯୁକ୍ତ ହେଲେ ମାନସ ସୁର । ମଦ ପିଇବାକୁ ଏବଂ ଜୁଆ ଖେଳିବାକୁ ମଙ୍ଗଳ ସୁତ୍ର ନଦେବାରୁ ସ୍ତ୍ରୀ କଳ୍ପନା ଗିରିକୁ ହତ୍ୟା କଲା ମଦୁଆ ସ୍ୱାମୀ । କଳ୍ପନା ଗିରିଙ୍କୁ ପ୍ରାୟ ଚାରିବର୍ଷ ତଳେ ଜମ୍ବୁ ଗାଁର ଅନିଲ ସୁରଙ୍କ ପୁଅ ମାନସ ଗିରି ବିବାହ କରିଥିଲେ । ଆଗରୁ ମଧ୍ୟ ଟଙ୍କା ପାଇଁ ସ୍ତ୍ରୀ କଳ୍ପନାଙ୍କୁ ମାଡ଼ ମାରିଆସୁଥିଲେ । ଗତକାଲି କଳ୍ପନାକୁ ସ୍ବାମୀ ବାଡେଇ ବାଡେଇ ମାରିଦେଇଥିବା ସାମୁଦ୍ରିକ ଥାନା ଜମ୍ବୁରେ ଲିଖିତ ଅଭିଯୋଗ କରିଛନ୍ତି ମୃତ କଳ୍ପନାଙ୍କ ବାପା । ଜୁଆ ଖେଳିବା ପାଇଁ କଳ୍ପନାଙ୍କୁ ମଙ୍ଗଳ ସୂତ୍ର ମାଗୁଥିଲେ । କଳ୍ପନା ମଙ୍ଗଳସୂତ୍ର ନଦେବାରୁ ମାନସ ତାଙ୍କୁ ମାରି ଦେଇଥିବା ଅଭିଯୋଗ ହୋଇଛି । ପୁଲିସ ଅଭିଯୁକ୍ତ ସ୍ୱାମୀଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ।