ଧାରଣାରେ ବସିଲେ ଛଟେଇ ଶ୍ରମିକ

0

ପାରାଦୀପ / ପ୍ରଶାନ୍ତ କୁମାର  :ପାରାଦୀପ ନୂଆବଜାର ସ୍ଥିତ କେନ୍ଦ୍ରୀୟ ଶ୍ରମ ଅଧିକାରିଣୀ ଙ୍କ କାର୍ୟ୍ୟାଳୟ ଆଗରେ ଥାଳି ତାଟିଆ ଧରି ଧାରଣା ରେ ବସିଲେ ୬୦ ରୁ ଅଧିକ ଛଟେଇ ଶ୍ରମିକ ଜ୍ଝ ପାରାଦୀପ ତୈଳ ବିଶୋଧନାଗାର ରେ କାର୍ୟ୍ୟରତ ଏଲ୍ ଆଣ୍ଡ୍ ଟି କମ୍ପାନୀ ର ସବ୍ କଣ୍ଟ୍ରାକ୍ଟର ତୁଆମାନ୍ ଓ ମେଟକାଟ ପାଖରେ ଶ୍ରମିକ ଭାବେ କାର୍ୟ୍ୟ କରୁଥିଲା ବେଳେ ସେମାନଙ୍କୁ ସେମାନଙ୍କର ବକେୟା ପାଉଣା ଓ ଛଟେଇ ବେଳ ର ଫୁଲ ଆଣ୍ଡ ଫାଇନାଲ ପାଉଣା ନଦେଇ ବିଦା କରିଦେଇଥିବା ଅଭିଯୋଗ କରିଛନ୍ତି ଶ୍ରମିକ ମାନେ ଜ୍ଝ ଗତ ଅଗଷ୍ଟ ୧୬ ତାରିଖ ରୁ ଏମାନଙ୍କୁ ଛଟେଇ କରାଯାଇଥିବା ବେଳେ ଏମାନଙ୍କ ପ୍ରାପ୍ୟ ପାଇଁ ଏମାନେ ଠିକାଦାର ଓ କେନ୍ଦ୍ରୀୟ ଶ୍ରମ ପ୍ରବର୍ତ୍ତନ ଅଧିକାରିଣୀ ଙ୍କ ପାଖକୁ ଦୌଡ଼ି ଦୌଡ଼ି କିଛି ସୁଫଳ ନମିଳିବାରୁ ଆଜି ଶ୍ରମିକ ମାନେ ଧାରଣା ରେ ବସିଛନ୍ତି .