ଭୁବନେଶ୍ୱର:ବିଭତ୍ସ କାଣ୍ଡ ଓଡ଼ିଶାରେ ଘଟିଛି। ଆଗରୁ ଯୈ।ନ ନିର୍ଯାତନା ଯୈ।ନ ଶୋଷଣ ଓଡ଼ିଶାରେ ଦେଖା ଯାଇନଥିଲା। କେନ୍ଦ୍ର ସରକାରଙ୍କ ଦ୍ବାରା ନିଯୁକ୍ତ ଏସ ଆଇଟି ଏହାକୁ ନୋଟିସ କଲେଣି। ଆଇଟି ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଲେଣି। ଇଡି ଏବେ ତଦନ୍ତ କରୁଛି। ପୋଲିସ ଯାହାକୁ ଛାଡିଦେଇଥିଲା ଇଡି ତାକୁ ଗିରଫ କରୁଛି ଏବଂ ତା ନିକଟରରୁ ତଥ୍ୟ ବାହାର କରୁଥିବା ଗଣମାଧ୍ୟମରେ ବାହିରୁଛି। ସବୁଠୁ ହଟ୍ ଟପିକ ଏବେ ପାଲଟିଛି ଓଡ଼ିଶାର ସେକ୍ସ୍ ସ୍କାଣ୍ଡାଲ। ବିଭିନ୍ନ ପ୍ରକାର ସ୍ପେକୁଲେଶନ ହେଉଛି,ସରକାରୀ ଦଳର ନେତା , ମନ୍ତ୍ରୀ ସଂପୃକ୍ତ ଥିବା ଅଭିଯୋଗ ହେଉଛି, ବିଭିନ୍ନ ପ୍ରକାର ଫୋଟ ବାହାରୁଛି ବ୍ୟବସାୟୀ ଙ୍କ ସହଫୋଟ ବାହାରୁଥିଲେଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଚୁପ୍ ରହିଛନ୍ତି।କିଛି ପ୍ରତିକ୍ରିୟା ଦେଉନାହାନ୍ତି। ଏଥିରୁ ଜଣାଯାଇଛି ମୁଖ୍ୟମନ୍ତ୍ରୀ ଘଣ୍ଟ ଘୋଡାଇବା ପାଇଁ ଚାହିଁ ଛନ୍ତି। ତାଙ୍କ ନିଜ ପୋଲିସ ମଧ୍ୟ ଠିକ୍ରେ ଅନୁସନ୍ଧାନ କରୁନି। ଜନସାଧାରଣ ଜାଣିବା ପାଇଁ ନା ପୋଲିସ କିଛି କହୁଛି ନା ଇଡି କିଛି କହୁଛି। ବର୍ତମାନ ସୁଦ୍ଧା ଇଡି ଯାହା କରୁଛି ଠିକ୍ କଲାଭଳି ମୋତେ ଲାଗୁଛି। କିନ୍ତୁ ସନ୍ଦେହ ହେଉଛି ଚିଟଫଣ୍ଡ ମାମଲାରେ ସିବିଆଇ ଯେମିତି ମୁଖ୍ୟମନ୍ତ୍ରୀ ଙ୍କ ଗେଟରୁ ଫେରିଗଲା ସେମିତି ତଦନ୍ତ ନହେଉ। ଆମେ ଦାବି କରୁଛୁ ଏଭଳି ମୁଖ୍ୟମନ୍ତ୍ରୀ ଶାସନରେ ରହିବାର ନୈତିକତା ନାହିଁ। ତେଣୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ।