ଆସାମ : ଆସାମ ଜୋରହାଟ ବିମାନ ବନ୍ଦରରେ ରନଓ୍ବେରୁ ଖସିଗଲା ଇଣ୍ଡିଗୋ । ଟେକ୍-ଅଫ୍ କରିବା ବେଳେ ଇଣ୍ଡିଗୋର ଏକ ବିମାନ ରନ୍ୱେରୁ ଖସି ଯାଇଛି। ଏଥିରେ କେହି ଯାତ୍ରୀ ଆହତ ହୋଇ ନ ଥିବା ଖବର ରହିଛି। ୬E-୭୫୭ ଇଣ୍ଡିଗୋ ବିମାନ ଜୋରହାଟରୁ କୋଲକାତା ଯିବାର ଥିଲା । ମାତ୍ର ଉଡାଣ ବେଳେ ଏହାର ଚକ କାଦୁଅରେ ପଶିଯିବାରୁ ଏହାକୁ ପୁଣି ୱେ କୁ ଅଣାଯାଇଥିଲା । ବିମାନରେ ୯୮ ଜଣ ଯାତ୍ରୀ ଥିଲେ। ଇଣ୍ଡିଗୋ ଏୟାରଲାଇନ୍ସର କହିବା ହେଲା, ପ୍ରାଥମିକ ଯାଞ୍ଚରେ ବିମାନରେ କୌଣସି ତ୍ରୁଟି ମିଳିନାହିଁ। ରିପୋର୍ଟ ମୁତାବକ, ରନ୍ୱେରୁ ଖସିଯିବାର ତୁରନ୍ତ ପରେ ପାଇଲଟ୍ ବିମାନ ଅଟକାଇ ଦେଇଥିଲେ। ସମସ୍ତ ଯାତ୍ରୀଙ୍କୁ ତଳକୁ ଓହ୍ଲା ଯାଇଥିଲା। କିଛି ସମୟ ପରେ ଅନ୍ୟ ଏକ ବିମାନ ଯୋଗେ ଯାତ୍ରୀମାନେ କୋଲକାତା ପାଇଁ ଉଡ଼ାଣ କରିଥିଲେ।
Guwahati Kolkata @indigo flight 6F 757 slips from runway and stucked in muddy field in Jorhat airport in Assam. The flight was scheduled to depart at 2.20 pm but flight delayed after the incident. pic.twitter.com/spDT1BRHNd
— Dibya Bordoloi (@dibyabordoloi80) July 28, 2022
ତେବେ ଏହି ଘଟଣାର ଏକ ଫଟୋ ଏବେ ସାମ୍ନାକୁ ଆସିଛି। ଏଥିରେ ବିମାନ ଚକ କାଦୁଅ ପଡ଼ିଆ ଭିତରେ ଫସି ରହିଥିବା ଦେଖିବାକୁ ମିଳୁଛି। Airport Authority of Indiaର ଜଣେ ଅଧିକାରୀ କହିଛନ୍ତି, ଜୋରହାଟ-କୋଲକାତା ରୁଟ୍ରେ ଚାଲୁଥିବା ଇଣ୍ଡିଗୋ 6F 757ରେ ବୈଷୟିକ ତ୍ରୁଟି କାରଣରୁ ଜୋରହାଟରେ ଅନେକ ଘଣ୍ଟା ପର୍ଯ୍ୟନ୍ତ ବିମାନ ଅଟକି ରହିଥିଲା। ପରେ ଉଡ଼ାଣକୁ ରଦ୍ଦ କରି ଦିଆଯାଇଥିଲା। ରାତି ପାଖାପାଖି ୮ଟା ୧୫ ମିନିଟ୍ରେ ଉଡ଼ାଣ ରଦ୍ଦ ହୋଇଥିଲା। ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଖବର ରହିଛି।