ବିଧାନସଭାରେ ଉଠିଲା ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ

0

ଭୁବନେଶ୍ବର : ଗତ କିଛିଦିନ ହେଲା ବିଧାନସଭା ଗୃହ ସରଗରମ ରହୁଛି ।କେତେବେଳେ ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ତ ଆଉ କେତେବେଳେ ଚାଷୀ ସମସ୍ୟାକୁ ନେଇ ।ଏହାରି ଭିତରେ ପୁଣି ବିଧାନସଭାରେ ଉଠିଲା ବିଧାୟକ ମାନଙ୍କ ଦରମା ବୃଦ୍ଧି ପ୍ରସଙ୍ଗ । ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ ପ୍ରସଙ୍ଗ ଉଠାଇ କହିଛନ୍ତି ଶେଷ ଥର ପାଇଁ ୧୩.୦୯.୨୦୧୭ ରେ ବିଧାୟକ ମାନଙ୍କ ଗସ୍ତ ଖର୍ଚ୍ଚ ଓ ଦରମା ବଢିଥିଲା ।

ଓଡ଼ିଶାରେ ବିଧାୟକ ମାନଙ୍କ ଦରମା ଓ ଗସ୍ତ ଖର୍ଚ୍ଚ କୁ ମିଶାଇ ମୋଟ ୯୯ ହଜାର ୮୦୦ ଟଙ୍କା ରହିଛି ତେଣୁ ତାକୁ ବଢାଯାଉ । ଅନ୍ୟ ରାଜ୍ୟର ବିଧାୟକ ମାନେ ଅଧିକ ଟଙ୍କା ଦରମା ପାଉଥିବା ବେଳେ ଆମ ରାଜ୍ୟରେ ତାହା ବହୁତ କମ ରହିଛି ।ଏହି ପ୍ରସଙ୍ଗକୁ ବିଜେପି,କଂଗ୍ରେସ ଓ ବିଜେଡିର ସମସ୍ତ ଦଳ ସହମତ କରିଛନ୍ତି ।ସେହିପରି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହୀନିପତି ମଧ୍ୟ ଦରମା ବଢ଼ାଇକୁ ଦାବି କରିଛନ୍ତି । ସେ ଏହାମଧ୍ୟ କହିଛନ୍ତି ଆମେ ଅନେକ କାର୍ଯ୍ୟକ୍ରମକୁ ଯାଉଛୁ ଖର୍ଚ୍ଚ ବହୁତ ହଉଛି ।

ତା ସହ ପେନସନ ମାତ୍ର ୩୦ହଜାର ପାଉଛୁ ।ତାହାକୁ ବି ବୃଦ୍ଧି କରାଯାଉ । ସେହିପରି ବିଜେଡି ବିଧାୟକ ଅମର ଶତପଥି ମଧ୍ୟ ପେନସନ,ଦରମା ଓ ମେଡିକାଲ ଆଲଉନସ୍ ବଢାଇବାକୁ ଦାବି କରିଛନ୍ତି ।