ଭୁବନେଶ୍ୱର : ଆୟୁଷ୍ମାନ ଯୋଜନା କୁ ନେଇ ବିଜେଡ଼ିକୁ ବିଜେପିର କାଉଣ୍ଟର ଆଟାକ୍ବି। ବିଜେପି ନୁହେଁ ଓଡ଼ିଶାବାସୀଙ୍କୁ ଭୂଆଁ ବୁଲାଉଛି ବିଜେଡ଼ି। ମୁଖ୍ୟମନ୍ତ୍ରୀ କହିଲେ ବିଜେପିର ନେତାମାନେ ଓଡ଼ିଶା ବାସୀଙ୍କୁ ଭୂଆଁ ବୁଲାଇବା ବନ୍ଦ କରନ୍ତୁ। ଏକଥା ଆମକୁ କଷ୍ଟ ଦେଇଛି। ମୁଖ୍ୟମନ୍ତ୍ରୀଙ୍କ ମୁହଁରୁ ଏ ଭାଷା ଶୋଭନୀୟ ହେଲା ନାହିଁ। ଏହା ଅତ୍ୟନ୍ତ ନିନ୍ଦନୀୟ। ଆଭାରେ ଓଡ଼ିଶାରେ ଏକ ନମ୍ବର। ତାକୁ ନେଇ ଶ୍ରେୟ ନେଉଛନ୍ତି ହେଲେ ଆୟୁସ୍ମାନ ଭାରତ ଲାଗୁ କରିବାକୁ ମନା କରୁଛନ୍ତି। ବାର୍ଷିକ ୨୪୦୦ କୋଟି BSKY ଖର୍ଚ୍ଚ ହେଉଥିବା ବେଳେ ୭୫୦୦ କୋଟି ଆୟୁସ୍ମାନରେ ଖର୍ଚ୍ଚ ହେଉଛି। ବର୍ତ୍ତମାନ ସୁଦ୍ଧା ୫୦ କୋଟି ଲୋକ ଏହି ଯୋଜନାରେ ଉପକୃତ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଆୟୁଷ୍ମାନ ଭାରତରେ ୮୦ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି।
କିନ୍ତୁ ୨୫ ଲକ୍ଷ ପ୍ରବାସୀ ଓଡ଼ିଆ ଏଥିରୁ ବଞ୍ଚିତ ହେଉଛନ୍ତି । ଆୟୁଷ୍ମାନ୍ ଯୋଜନା ଲାଗୁ ହେଲେ ସେମାନେ ବି ଏ ଯୋଜନାର ଫାଇଦା ପାଇପାରନ୍ତେ। BSKY ଠାରୁ ଆୟୁଷ୍ମାନ ଭାରତରେ ୮୦ ଗୁଣା ଅଧିକ ମେଡିକାଲ ଅନୁବାନ୍ଧିତ ହୋଇଛନ୍ତି। BSKY ୩୦୦ ମେଡିକାଲ ରେ ଥିବା ବେଳେ ଆୟୁସ୍ମାନ ଭାରତରେ ୨୬ ହଜାର ୨୬୭ ମେଡ଼ିକାଲ ରହିଛି। ଏହା ସହ ମନରେଗାକୁ ନେଇ ସ୍ପଷ୍ଟୀକରଣ ମଧ୍ୟ ଦେଇଛି ଦଳ। ସାଧାରଣ ଲୋକଙ୍କୁ ରୋଜଗାର ଯୋଗାଇବା ପାଇଁ କେନ୍ଦ୍ର ଅର୍ଥ ଦେଉଛି ହେଲେ ରାଜ୍ୟରେ ଶାସକ ଦଳ ଏହି ଟଙ୍କାରେ ନିଜ କର୍ମୀ ଆଉ ଠିକାଦାରଙ୍କ ପେଟ ପୋଷୁଛନ୍ତି। ସେଥିପାଇଁ ଚିନ୍ତିତ କହୁଛନ୍ତି ମନରେଗାରେ ଅର୍ଥ କମିଗଲା। ମନରେଗାରେ ଅର୍ଥ କମିନୀ ବରଂ ବଢିଛି। ୨୦୦୬ରୁ ୧୦୧୪ ରେ ୨ ଳକ୍ଷ ୨୭ ହଜାର କୋଟି ଟଙ୍କା ଦିଆଯାଇଥିବା ବେଳେ ମୋଦି ସରକାରଙ୍କ ସମୟରେ ମନରେଗାରେ ୬.୫ ଲକ୍ଷ କୋଟି ଆବଣ୍ଟନ ହୋଇଛି। ହେଲେ ନବୀନଙ୍କ ପ୍ରତିକ୍ରିୟା ଦେଖିଲେ ଲାଗୁଛି ସେ ନିଜେ ନୁହେଁ ଆଉ କିଏ ଟୁଇଟ୍ କରିଛି ଏବଂ ପ୍ରତିକ୍ରିୟା ପ୍ରସ୍ତୁତ କରିଛି।