ବିଶ୍ୱପ୍ରସିଦ୍ଧ ବାବା ଚନ୍ଦନେଶ୍ୱର ଶୈବପୀଠରେ ଚଡକ ମେଳାର ଶେଷ ପର୍ବ

0

( ଅଜିତ କୁମାର ସାହୁ/ ଜଳେଶ୍ୱର ) : ପୂର୍ବ ଭାରତର ପ୍ରସିଦ୍ଧ ଶୈବପୀଠ ,ବାଲେଶ୍ଵର ଜିଲ୍ଲା ଭୋଗରାଇର ବାବା ଚନ୍ଦନେଶ୍ୱରଙ୍କ ଆଜି ହେଉଛି ଚଡକ ମେଳାର ଅନ୍ତିମ ପର୍ଵ ତଥା ପାଟ ପର୍ବ। ପ୍ରତ୍ୟେକ ବର୍ଷ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେଉଥିବାବେଳେ ଚଳିତ ବର୍ଷ କୋରନା ଯୋଗୁଁ ଶୈବପୀଠ ଖାଁ ଖାଁ ପଡିଛି । ଶ୍ରୀବେକଡୀ, ଦେଉଳିଆ, ସେବାୟତ, ବାଦ୍ୟକାର ଉପସ୍ଥିତ ରହି କେବଳ ନୀତିକାନ୍ତି ରେ ଏହି ମେଳା ସମାପନ ହୋଇଛି ।

ତେବେ ପୌରାଣିକ କିମ୍ବଦନ୍ତୀ ଅନୁଯାୟୀ କାମିନୀ ନାମକ ଏକ ରାକ୍ଷସୀ ତପସ୍ୟା କରି ସିଦ୍ଧି ଲାଭ କରିବା ପରେ ବାବା ଚନ୍ଦନେଶ୍ବର ଙ୍କୁ ବିବାହ କରିବା ପାଂଇ ଇଚ୍ଛା ପ୍ରକାଶ କରିଥିଲା , ରାକ୍ଷସୀ ର କଥା ରଖି ବାବା ଚନ୍ଦନେଶ୍ବର କାମିନୀ ଙ୍କୁ ବିବାହ କରିଥିଲେ । ଏହି ଚୈତ୍ର ମାସ ର ତେର ଦିନ ଧରି ବିବାହ ଉତ୍ସବ ଚାଲିଥିଲା , ସେହିଦିନ ଠାରୁ ଏଠାରେ ବାବା ଚନ୍ଦନେଶ୍ବର ଙ୍କ ଚଡକ ଯାତ୍ରା ଅନୁଷ୍ଠିତ ହୋଇ ଆସୁଛି । ପ୍ରତିବର୍ଷ ଏହି ଚଡକ ପର୍ବରେ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଥାଏ ,ମାତ୍ର ଚଳିତ ବର୍ଷ କୋରନା କଟକଣା ଜାରି ହୋଇଥିବା ରୁ ସୀମିତ ସେବାୟତ ଙ୍କୁ ନେଇ କୋରୋନା କଟକିଣା ଭିତରେ ସମାପିତ ହୋଇଛି ବିଶ୍ଵପ୍ରସିଦ୍ଧ ଚଡକ ପର୍ବ।

ବାବା ଚନ୍ଦନେଶ୍ୱର ଙ୍କ ଶୈବପୀଠରେ ୧୨ ଦିନ ଉପବିତ ରହି ପଇତା ଧାରଣ କଲେ ମାନସିକ ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି । ତେବେ ଉପବିତ ଧାରୀ ମାନେ ଆଜିର ତିଥିରେ ହାକାଣ୍ଡ ପୋଖରୀ ରୁ ଅନ୍ତିମ ଅର୍ଘ୍ୟ ଦାନ କରି ମନ୍ଦିରକୁ ଫେରି, ପରସ୍ପର କୁ ଚନ୍ଦନ ଓ ମାଳା ପିନ୍ଧିବା ସହ କଣ୍ଟା ନିଜ ଦେହ, ପିଠି ,ହାତ ଏବଂ ଜିଭରେ ଲୁହା କଣ୍ଟା ଫୁଡି ମନ୍ଦିର କୁ ଆସି ନିଜର ବ୍ରତ ସମାପନ କରିବା ପରେ ବ୍ରତଧାରୀ ବ୍ରତଭଙ୍ଗ କରିଥିଲେ । ଏଥି ପାଇଂ ଜିଲ୍ଲା ପ୍ରଶାଶନ, ସ୍ଥାନୀୟ ପ୍ରଶାସନ , ମନ୍ଦିର ଟ୍ରଷ୍ଟ ବୋର୍ଡ ସଜାଗ ରିହିବା ସହିତ ପ୍ରତକ୍ଷ ପରୋକ୍ଷ ତତ୍ୱାବଧାନ କରିଥାଏ।