ଶ୍ରାବଣ ଶେଷ ସୋମବାର ଅଷ୍ଟ ଶମ୍ଭୁ ମନ୍ଦିରରେ କାଉଡିଆଙ୍କ ଭିଡ଼

0

ପରଜଙ୍ଗ/ସୁଜିତ୍ ଦଳବେହେରା : ଆଜି ହେଉଛି ଶ୍ରାବଣ ମାସର ଶେଷ ସୋମବାର। କାଉଡିଆମାନେ ଦେବ ଦେବ ମହାଦେବଙ୍କ ମୁଣ୍ଡରେ ଜଳାଭିଷେକ କରିବା ପାଇଁ କାହିଁ ଯେ କେତେ ଦୂରରୁ ଧାଇଁ ଆସିଛନ୍ତି। ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ୍ ଅନ୍ତର୍ଗତ କୁଆଳୁ ପଞ୍ଚାୟତରେ ଥିବା ପୁରାତନ ଶୈବପୀଠ ଦେବ ଦେବ ମହାଦେବ ବାବା ଅଷ୍ଠଶମ୍ଭୁ ମନ୍ଦିରରେ ଶ୍ରାବଣ ମାସର ଶେଷ ସୋମବାର ହୋଇଥିବାରୁ କାଉଡ଼ିଆ ମାନେଙ୍କ ମନସ୍କାମନା ପୂର୍ଣ୍ଣ ପାଇଁ ନଦୀରୁ ଜଳ ଆଣି ବାବା ଅଷ୍ଠଶମ୍ଭୁଙ୍କ ମସ୍ତକରେ ଢାଳିଥିଲେ।

ପ୍ରବାଦ ରହିଛି ଶହେ ଋଦ୍ରାଭିଷେକ କଲେ ଯେତିକି ପୂର୍ଣ୍ୟ ଫଳ ମିଳେ ଶ୍ରାବଣ ମାସରେ ଶିବଙ୍କ ମସ୍ତକରେ ଜଳାଭିଷେକ କଲେ ସେତିକି ପୂଣ୍ଣ୍ୟ ଫଳ ମିଳେ। ସେଥିପାଇଁ ଆଜି ଶ୍ରାବଣ ମାସ ଶେଷ ସୋମବାର ହେଇଥିବାରୁ ଶହ ଶହ ସଂଖ୍ୟାରେ କାଉଡ଼ିଆ ଓ ଶ୍ରଦ୍ଧାଳୁମାନେ ଯୋଗ ଦେଇ ଥିବା ଦେଖିବାକୁ ମିଳିଥିଲା। ହଜାର ହଜାର ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି। ବୋଲବମ୍‌ ହର ହର ବମ୍‌ ଧ୍ୱନିରେ ପ୍ରକମ୍ପିତ ହେଉଛି ଶୈବପୀଠ।