ଅଙ୍ଗନୱାଡି କେନ୍ଦ୍ରରେ ଝୁଲୁଛି ତାଲା

0

ଗଞ୍ଜାମ : ଜନ୍ମଜାତ ଶିଶୁର ଯନ୍ତ୍ରଣା ଓ ସ୍ବାସ୍ଥ୍ୟ ଗତ ଭଲ ମନ୍ଦ ବୁଝିବା ପାଇଁ ଆଉ ଆସୁ ନାହାନ୍ତି ଦିଦି । ଅନ୍ୟପଟେ ପ୍ରାକବିଦ୍ୟାଳୟ ଶିଶୁଙ୍କ କୌଶଳ ମାନସିକସ୍ତର ଶିକ୍ଷା ,ନାଚ ଗୀତ,ଖେଳ କୁଦ ସହ ପୃଷ୍ଠିକର ଖାଦ୍ୟ ପାଇବାକୁ ମିଳୁନି । ଏଥିଲା ଅନେକ ଅଙ୍ଗନୱାଡି ହିତାଧୂକାରୀ ଙ୍କ ପ୍ରତିକ୍ରିୟା । ଆଜକୁ ୮ଦିନ ହେବ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ହିଂଜିଲିକାଟୁ ଅଙ୍ଗନୱାଡି କେନ୍ଦ୍ର ଗୁଡିକରେ ଝୁଲି ରହିଛି ତାଲା।ଅଲ ଓଡିଶା ଅଙ୍ଗନୱାଡି କର୍ମୀ ମାନେ ୮ ଦଫା ଦାବି ନେଇ ଗତ ୨୧ତାରିଖରୁ ଆନ୍ଦୋଳନ କୁ ଉଲ୍ଲାଇଛନ୍ତି। ବର୍ତ୍ତମାନ ସମଗ୍ର ଓଡ଼ିଶାରାଜ୍ୟ ପ୍ରତେକ ବ୍ଲକର ଶିଶୁ ବିକାଶ କାର୍ୟ୍ୟାଳୟ ସମ୍ମୁଖରେ ଅଙ୍ଗନୱାଡି କର୍ମୀ ମାନେ ଆନ୍ଦୋଳନ ଜାରୀ ରଖୁଥିବା ବେଳେ ଏହାର ପ୍ରଭାବ ସିଧାସଳଖ ଭାବେ ଶିଶୁ,ଗର୍ଭବତୀ,ପ୍ରସୂତି ଉପରେ ପଡିଥିବା ଦେଖାଦେଇଛି । ଅଙ୍ଗନୱାଡି ସେବାରୁ ବଞ୍ଚିତ ହୋଇ ଥିବା ନେଇ ହିତାଧ୍ୟାକାରୀଙ୍କ ଭିତରେ କ୍ଷୁବ୍ଧ ପ୍ରକାଶ ପାଉଛି।

ହିଂଜିଲିକାଟୁ ବ୍ଲକରେ ମୋଟ ୨୧୩ ଅଙ୍ଗନୱାଡି ଦିଦି ଓ ୨୧୩ ସହାୟିକା ଅଛନ୍ତି । ଆନ୍ଦୋଳନ ଜାରି ରହିଥିବା ଫଳରେ ସବୁ ସେବାରୁ ବଞ୍ଚିତ ହୋଇଥିବା ନେଇ ଚିନ୍ତାରେ ହିତାଧିକାରୀ । ଅନ୍ୟପଟେ ଆନ୍ଦୋଳନକୁ ୮ ଦିନ ଅତିକ୍ରମ କରିଥିଲେ ହିଁ ସରକାରଙ୍କ ପକ୍ଷରୁ କୌଣସି ପ୍ରକାର ଆଲୋଚନା ଓ ସମାଧାନ ଦିଗ ଉପରେ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ଯାହାକୁ ନେଇ ଅଙ୍ଗନବାଡି ସଂଘ ଘୋର ଅସନ୍ତୋଷ ପ୍ରକାଶ କରିଛି । ନିଜ ହକ ଓ ନ୍ୟାର୍ୟ୍ୟ ଦାବି ପୂରଣ ନହେବା ଯାଏ ଅହରହ ଆନ୍ଦୋଳନ ଜାରି ରହିବ ବୋଲି ଅଙ୍ଗନୱାଡି କର୍ମୀ ଜିଦିରେ ଅଟଳ ଥିବା ବେଳେ ଆଗକୁ ସରକାର କି ପଦକ୍ଷେପ ଗ୍ରହଣ କରିବେ ସମୟ ସାପେକ୍ଷ । ତେବେ ଏହାରି ଭିତରେ ହିତାଧୂକାରୀ ଅଙ୍ଗନୱାଡି ସେବା ଭଲି ଗୁରୁତ୍ବ ବ୍ୟବସ୍ଥାରୁ ବଞ୍ଚିତନ ହୁଅନ୍ତୁ ସରକାର ଏଥୁପ୍ରତିବି ଦୃଷ୍ଟି ଦେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମାନଙ୍କରେ ଚର୍ଚ୍ଚା ଜୋର ଧରିଛି ।