ଜଳେଶ୍ୱର/ଅଜିତ୍ କୁମାର ମିଶ୍ର: ଦିନ ଦି୍ୱପହରରେ ଚାଳିଛି ମାଟି ବ୍ୟବସାୟ । ଜେସିପିରେ ବେଆଇନ ଭାବରେ ଖୋଳା ଚାଲିଛି ମାଟି । ଏବଂ ତାହା ସହ ଟ୍ରାକ୍ଟର ଲୋଡିଂ ମଧ୍ୟ ଚାଲିଛି । ଏହା ହେଉଛି ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଳକ ଗଡପଦା ଅଂଚଳରେ । ଏଠାରେ ବେଧଡ଼କ ଚାଳିଛି ଚୋରା ମାଟି ଚାଳାଣ । ପ୍ରଶାସନ ଓ ରାଜସ୍ୱ ବିଭାଗ ସାଜିଛି ନିରବ ଦ୍ରଷ୍ଟା । ସୂଚନା ଅନୁସାରେ ବସ୍ତା ତହସିଲ ଅଧିନସ୍ତ ଗଡପଦା ଅଂଚଳରେ ଦୀର୍ଘଦିନ ହେବ ବେଆଇନ ଭାବେ ସରକାରୀ ଜାଗାରୁ ମୋରମ ଓ ମାଟି ଖନନ କରି ମୋଟା ଅଙ୍କରେ ବିକ୍ରି ହେଉଛି ।
ଯାହା ପାଇଁ ସରକାର କୋଟି କୋଟି ଟଙ୍କାର ରାଜସ୍ୱ ହରାଉଥିବା ବେଳେ ମାଟି ଓ ମୋରମବିକ୍ରି କରି ବ୍ୟବସାୟୀ ହୋଇଛନ୍ତି ମାଲାମାଲ ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ ଅଣିଛନ୍ତି । ଏ ନେଇ ପ୍ରଶାଶନକୁ ବାରମ୍ବାର ଅବଗତ କରାଇଥିଲେ ମଧ୍ୟ ପ୍ରାଶାସନ କୌଣସି ପଦକ୍ଷେପ ନେଉନାହିଁ । କେବଳ ସେତିକି ନୁହେଁ ଦିନ ଦ୍ୱିପହରରେ ମଧ୍ୟ ଜେସିପିରେ ଖୋଳା ଚାଲିଛି ମାଟି ।
ଏବଂ ତାହା ସହ ଟ୍ରାକ୍ଟର ଲୋଡିଂ ହୋଇ ବାହାରକୁ ଚାଲାଣ ହୋଉଥିବା ଦେଖିବାକୁ ମିଳିଥିଲା । ଏ ନେଇ ଉପସ୍ଥିତ ଆରଆଇ ଓ ତହସିଲଦାରଙ୍କୁ ଜଣାଇ ସେଠାରେ ଥିବା ଶ୍ମଶାନ ପାଇଁ ଗାଁ ତରଫରୁ ଏକ ପୋଖରୀ ଖୋଳା ଯାଉଛି କହିଥିଲେ । ମାତ୍ର ତାଙ୍କୁ ଅନୁମତି ପତ୍ର ମାଗିବାରୁ ସେମାନେ ଜେସିବି ଓ ଟ୍ରାକ୍ଟର ନେଇ ଘଟଣା ସ୍ଥଳରୁ ଚମ୍ପଟ କାରିଥିଲେ । ପ୍ରଶାସନକୁ ଜଣାଇବାରେ ପରେ ମଧ୍ୟ କ’ଣ ପାଇଁ ପଦକ୍ଷେପ ନିଆଯାଉନାହିଁ ତାକୁ ନେଇ ଏବେ ପ୍ରଶ୍ମ । ନା ପ୍ରଶାସନ ଏତିରେ ସାମିଲ ଅଛନ୍ତିି ।