ସ୍ମାରକପତ୍ର ଦେଲା ରାଜ୍ୟ ବିଜେପି ଯୁବମୋର୍ଚ୍ଚା

0

(ଜଗନ୍ନାଥ ମହାନ୍ତି / କଟକ) ; ଆସନ୍ତା କାଲିଠାରୁ ଆରମ୍ଭ ହେଉଛି ରାଜ୍ୟବ୍ୟାପୀ ୧୪ ଦିନିଆ ଲକଡାଉନ । ଏହି ଲକଡାଉନ ସମୟରେ କଟକ ସହରର ଜନସାଧାରଣ ଙ୍କ ଜୀବନ ଜୀବିକା ଓ ସ୍ୱାସ୍ଥ୍ୟ ସମସ୍ୟା ଆଦିକୁ ନେଇ ଭାରତୀୟ ଜନତା ଯୁବମୋର୍ଚ୍ଚା ପକ୍ଷରୁ ଏକ ସାତ ଦଫା ସମ୍ବଳିତ ସ୍ମାରକପତ୍ର କଟକ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି। ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଂଯୋଜକ ସ୍ମୃତି ରଞ୍ଜନ ମିଶ୍ରଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଏହି ସ୍ମାରକପତ୍ର ପ୍ରଦାନ କରିଥିଲେ।