ଓଡିଶାରେ କେଉଁ ପର୍ଯ୍ୟଟନ ସ୍ଥଳୀକୁ ଆସନ୍ତି ବିଦେଶୀ ପର୍ଯ୍ୟଟକ ଉତ୍ତର ଦେଲେ ମନ୍ତ୍ରୀ

0

ଭୁବନେଶ୍ୱର:ଓଡିଶାକୁ ବୁଲିବାକୁ ଆସନ୍ତି ବିଦେଶୀ ପର୍ଯ୍ୟଟକ ।  ୨୦୧୭ ମସିହା ରେ ଓଡିଶାକୁ ବିଦେଶରୁ ଆସିଛନ୍ତି । ୧୦୦୦୧୪ ପର୍ଯ୍ୟଟକ ଏବଂ ରାଜ୍ୟ ବାହାରୁ ୫୬୦୪୮୨୮ ପର୍ଯ୍ୟଟକ ଆସିଛନ୍ତି । ସେହିପରି ୨୦୧୮ ମସିହାରେ ବିଦେଶରୁ ଆସିଛନ୍ତି ୧୧୦୮୧୮ ଓ ରାଜ୍ୟ ବାହାରୁ ୬୦୮୩୭୨୨ ପର୍ଯ୍ୟଟକ । ୨୦୧୯ ମସିହାରେ ବିଦେଶୀ ପର୍ଯ୍ୟଟକ ୧୧୫୧୨୮ ଓ ରାଜ୍ୟ ବାହାରୁ ୬୧୨୩୩୮୨ ପର୍ଯ୍ୟଟକ ଆସିଥିବା ବେଳେ ୨୦୨୦ ମସିହାରେ ବିଦେଶରୁ ଆସିଛନ୍ତି ୧୦୨୦୬ ଓ ରାଜ୍ୟ ବାହାରୁ ୧୮୪୯୦୬୬ ପର୍ଯ୍ୟଟକ ଆସିଛନ୍ତି । ସେହିପରି ୨୦୨୧ ମସିହାରେ ବିଦେଶରୁ ଆସିଛନ୍ତି ୨୨୬୯ ଓ ରାଜ୍ୟ ବାହାରୁ ୧୪୯୭୦୭୮ ପର୍ଯ୍ୟଟକ ଆସିଛନ୍ତି । ଆଜି ବିଧାନସଭା ରେ ବିଧାୟକ ଭୁପୀନ୍ଦର ସିଂଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର ।  ସେହିପରି ଅଧିକ ପର୍ଯ୍ୟଟକ ଆସୁଥିବା ପର୍ଯ୍ୟଟନ କେନ୍ଦ୍ର ହେଲା ପୁରୀ,କୋଣାର୍କ, ରାମଚଣ୍ଡୀ,ବ୍ରହ୍ମଗିରି,ଭୁବନେଶ୍ୱର, ଧଉଳି,ଖଣ୍ଡଗିରି, ଉଦୟଗିରି, ଚିଲିକା,ନନ୍ଦନକାନନ, ଚନ୍ଦନେଶ୍ୱର,ଭଳି ଅନାନ୍ୟା ପର୍ଯ୍ୟଟନ ସ୍ଥଳୀ ।