ମନ୍ତ୍ରୀଙ୍କୁ ମିଳିଲା ସରକାରୀ ବାସଭବନ

ରକାରୀ ବଙ୍ଗଳା ଖାଲି କରିବା ଲାଗି ସିସୋଦିଆ ଏବଂ ଜୈନଙ୍କ ପରିବାରବର୍ଗଙ୍କୁ କୁହାଯାଇଛି

0

ନୂଆଦିଲ୍ଲୀ: ମାର୍ଚ ୧୪ ତାରିଖ ଦିନ ପୂର୍ତ୍ତ ବିଭାଗ ଜାରି କରିଥିବା ପତ୍ରାନୁସାରେ, ମାର୍ଚ ୨୧ ତାରିଖ କିଂବା ତା’ ପୂର୍ବରୁ ସରକାରୀ ବଙ୍ଗଳା ଖାଲି କରିବା ଲାଗି ସିସୋଦିଆ ଏବଂ ଜୈନଙ୍କ ପରିବାରବର୍ଗଙ୍କୁ କୁହାଯାଇଛି। ସେହିପରି, ବଙ୍ଗଳା ଅଧିଗ୍ରହଣ କରିଥିବା କଥା ଚିଠି ଜାରି ହେବାର ୮ ଦିନ ମଧ୍ୟରେ ଜଣାଇବାକୁ ଆତିଶୀ ଓ ଭରଦ୍ବାଜଙ୍କୁ ମଧ୍ୟ କୁହାଯାଇଛି। ସିସୋଦିଆଙ୍କ ବଙ୍ଗଳା ଖାଲି କରାଇବା ଏତେ ଜରୁରୀ ହୋଇ ପଡ଼ିଲା କାହିଁକି ବୋଲି ବିଜେପି ପ୍ରଶ୍ନ କରିଛି । ଏହାର ପ୍ରତିଉତ୍ତରରେ ଆପ କହିଛି ପଦବୀରୁ ଇସ୍ତଫା ଦେବା ପରେ ମନ୍ତ୍ରୀ ସରକାରୀ ବାସଭବନ ଛାଡ଼ିବାକୁ ବାଧ୍ୟ ବୋଲି ଆଇନରେ ଉଲ୍ଲେଖ ଅଛି। ତେଣୁ, ଆଇନ ଅନୁସାରେ ଚିଠି ଜାରି କରାଯାଇଛି।
ସୂଚନାଯୋଗ୍ୟ, ଗିରଫ ହୋଇ ହାଜତକୁ ଯିବା ପରେ ଶିକ୍ଷାମନ୍ତ୍ରୀ ପଦରୁ ମନୀଷ ସିସୋଦିଆ ଏବଂ ସ୍ବାସ୍ଥ୍ୟମନ୍ତ୍ରୀ ପଦବୀରୁ ସତ୍ୟେନ୍ଦ୍ର ଜୈନ୍ ଇସ୍ତଫା ଦେବାରୁ ତାଙ୍କ ସ୍ଥାନରେ ଯଥାକ୍ରମେ ଆତିଶୀ ଓ ସୌରଭ ଭରଦ୍ବାଜଙ୍କୁ ଉପରୋକ୍ତ ପଦବୀରେ ନିଯୁକ୍ତ କରାଯାଇଛି।