ପୁଅ ପାଇଁ ଟାଇମ ଟେବୁଲ ପ୍ରସ୍ତୁତ କଲେ ମାଆ ; କଥା ମାନିଲେ ମିଳିବ ପୁରସ୍କାର

0

ନୂଆଦିଲ୍ଲୀ : ଆମେ ସମସ୍ତେ ଛୋଟବେଳେ ଏକ ଟାଇମ ଟେବୁଲ୍ କରିଥାନ୍ତି ଯେଉଁଥିରେ ଖେଳିବା, ପଢିବା ଠାରୁ ଆରମ୍ଭ କରି ଖାଇବା ଏବଂ ପିଇବା ପର୍ଯ୍ୟନ୍ତ ସବୁକିଛିର ସମୟ ଉଲ୍ଲେଖ କରାଯାଇଥାଏ । ଏହି ରୁଟିନ୍ ଅନୁସରଣ କରିବାକୁ, ପିତାମାତାମାନେ ପିଲାମାନଙ୍କୁ ବିଭିନ୍ନ ପ୍ରକାରର ତାଗିଦ୍ ମଧ୍ୟ ଦିଅନ୍ତି । ତେବେ ବର୍ତ୍ତମାନ ଏମିତ କିଛିି ଫଟୋ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି । ଯାହା ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି, ଏବଂ ଲୋକମାନେ ବିଭିନ୍ନ ପ୍ରକାରର ମଜାଳିଆ ପ୍ରତିକ୍ରିୟା ଦେଉଛନ୍ତି । ଜଣେ ମା ନିଜର ୬ ବର୍ଷର ପିଲା ସହିତ ପ୍ରସ୍ତୁତ କରିଛନ୍ତି କାର୍ଯ୍ୟସୁଚୀ, ଯାହାର ଫଟୋ ସୋସିଆଲ ମିଡିଆ ପ୍ଲାଟଫର୍ମ ରେଡ୍ଡିଟ୍ ର ଏକ ଆକାଉଣ୍ଟରେ ଭାଇରାଲ ହେବାରେ ଲାଗିଛି, ଯାହାକୁ ଲୋକମାନେ ପସନ୍ଦ କରୁଛନ୍ତି ।

ଫଟୋ ସେୟାର କରି କ୍ୟାପସନରେ ଲେଖାଯାଇଛି, ‘ମୁଁ ଏବଂ ମୋର ୬ ବର୍ଷ ର ପୁଅ ଆଜି ଏକ ଚୁକ୍ତିନାମା ସ୍ୱାକ୍ଷର କରିଛୁ, ଯାହା କାର୍ଯ୍ୟସୂଚୀ ଏବଂ କାର୍ଯ୍ୟଦକ୍ଷତାର ବୋନସ୍ ଉପରେ ଆଧାରିତ । କାର୍ଯ୍ୟସୂଚୀରେ ଲେଖା ହୋଇଛି ଯେ, ଆଲାର୍ମ ସମୟ ସକାଳ ୭:୫୦ ଥିବାବେଳେ ଶଯ୍ୟାରୁ ବାହାରିବା ସମୟ ସକାଳ ୮:୦୦ ପର୍ଯ୍ୟନ୍ତ ରଖାଯାଇଛି । ଏହା ପରେ ବ୍ରଶ, ଜଳଖିଆ, ଟିଭି ଦେଖିବା, ଫଳ ଖାଇବା, ଖେଳିବା , କ୍ଷୀର ପିଇବା, ଟେନିସ୍ ଖେଳିବା, ହୋମୱାର୍କ କରିବା, ରାତ୍ରୀ ଭୋଜନ, ସଫା କରିବା, ଶୋଇବା ସମୟ ବିଷୟରେ ଉଲ୍ଲେଖ କରାଯାଇଛି । ଏହା ବ୍ୟତୀତ, ଏହି ସମୟ ଟେବୁଲ୍ ଅନୁଯାୟୀ, ଯଦି ପିଲାଟି ଜିଦି କରିବା ,କାନ୍ଦିବା ,କିଛି ଭଙ୍ଗାଭଙ୍ଗି ନକରି ଦିନ ବିତାଏ ତେବେ ତାଙ୍କୁ ପୁରସ୍କାର ସ୍ୱରୂପ ୧୦ ଟଙ୍କା ମଧ୍ୟ ମିଳିବ । ବିଶେଷ କଥା ହେଉଛି ଯଦି ପିଲାଟି ସମାନ ରୁଟିନ୍ ଅନୁସରଣ କରେ ଏବଂ କ୍ରମାଗତ ୭ ଦିନ କାନ୍ଦିବା, ମଜା କରିବା ଏବଂ ଝଗଡ଼ା ନକରି ବିତାଏ ତେବେ ସେ ୧୦ ବଦଳରେ ୧୦୦ ଟଙ୍କା ପାଇପାରିବ ।