ପୋଲାଭରମ ସ୍ତିତି ପରଖିଲେ ଜାତୀୟ ଜନଜାତି କମିଶନ

0

(ସୂର୍ୟ୍ୟକାନ୍ତ ବେହେରା / ମାଲକାନଗିରି) : ନୁଆଦିଲ୍ଲୀ ସ୍ଥିତ ଜାତୀୟ ଜନଜାତି କମିଶନ ସଦସ୍ୟ ଅନନ୍ତ ନାୟକ ଆଜି ଓଡିଶା ଗ୍ରସ୍ତରେ ଆସି ମାଲକାନଗିରି ସୀମାନ୍ତ ମୋଟୁ ଠାରେ ପହଞ୍ଚି ଥିଲେ । ମାଲକାନଗିରି ଜିଲ୍ଲା ପ୍ରଶାସନ ତରଫରୁ ଶ୍ରୀ ନାୟକଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ କରିବା ସହ ପୋଲାଭରମ ପ୍ରକଳ୍ପ କାର୍ୟ୍ୟ ଜାରି ରହିଥିବା ଫଳରେ ମାଲକାନଗିରି ଜିଲ୍ଲାର କେଉଁ କେଉଁ ଅଞ୍ଚଳ ବିଶେଷ ଭାବରେ କ୍ଷତିଗ୍ରସ୍ତ ହେବ ବୁଲାଇ ଦେଖାଇଥିଲେ । ମୋଟୁ ଅଞ୍ଚଳର ପୁସୁଗୁଡା ପଞ୍ଚାୟତ କାର୍ୟ୍ୟାଳୟ ପରିସରର ବୈଠକ ଗୃହରେ ଏକ ବୈଠକ କରି ପ୍ରକଳ୍ପ ଦ୍ବାରା ସାମ୍ଭାବ୍ୟ କ୍ଷତିଗ୍ରସ୍ତ ଲୋକମାନଙ୍କ ସହ ଆଲୋଚନା କରିଥିଲେ, ପରେ ସେ ଉକ୍ତ ପଞ୍ଚାୟତ ର ପେଟା ଗ୍ରାମକୁ ମଧ୍ୟ ଗ୍ରସ୍ତ କରି ବିଭିନ୍ନ ସ୍ଥିତିର ଅନୁଧ୍ୟାନ କରିଥିଲେ । ପରେ ମାଲଭରମ ପଞ୍ଚାୟତ ର ନିଲାକଟା , କମାରଗୁଡା ବିଭିନ୍ନ ଗ୍ରାମ ବୁଲି ଲୋକଙ୍କ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ । ମୁଖ୍ୟତଃ ପୋଲାଭରମ ପ୍ରକଳ୍ପ ସକାଶେ କେଉଁ କେଉଁ ଅଞ୍ଚଳ ଜଳମଘ୍ନ ହେବ ଓ ଏହାଦ୍ବାରା କେତେଲୋକ ବିସ୍ଥାପିତ ହେବେ ତାହାର ସବିଶେଷ ତଥ୍ୟ ସଂଗ୍ରହ କରିବା ସହ, ଉପରୋକ୍ତ ବିଷୟର କେନ୍ଦ୍ର ସରକାର ଙ୍କୁ ତାର ରିପୋର୍ଟ ପ୍ରଦାନ କରିବେ ବୋଲି କହିଛନ୍ତି ।