ସାଧାରଣତନ୍ତ୍ର ଦିବସକୁ କଳା ଦିବସ ଭାବେ ପାଳିଲେ ନକ୍ସଲ; ପୁଲିସ ଓ ବିଏସଏଫ ତରଫରୁ କମ୍ବିଂ ଅପରେସନ ଜୋରଦାର

0

(ସୂର୍ଯ୍ୟକାନ୍ତ ବେହେରା /ମାଲକାନଗିରି): ସ୍ୱାଭିମାନ ଅଞ୍ଚଳରେ ଏବେ ବି ସକ୍ରିୟ ନକ୍ସଲ । ସ୍ବାଭିମାନ ଅଂଚଳର ଦୁର୍ଗମରୁ ଅତି ଦୁର୍ଗମ ସ୍ଥାନରେ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା କରାଯାଇ ଲୋକଙ୍କୁ ନକ୍ସଲଙ୍କ ନିର୍ୟାତନାରୁ ରକ୍ଷା କରାଯାଇଛି। ଲୋକେ ମଧ୍ୟ ନକ୍ସଲକୁ ସମର୍ଥନ ନକରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଏପରିକି ନିଜନିଜ ଗ୍ରାମରେ ନକ୍ସଲ ବିରୋଧରେ ସ୍ବର ଉତ୍ତୋଳନ କରୁଛନ୍ତି। ନିଜର ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଲୋକେ ନକ୍ସଲଙ୍କୁ ସାମ୍ନା କରିବାକୁ ପ୍ରସ୍ତୁତ ରହିଛନ୍ତି। ନକ୍ସଲ ଆଜି ସାଧାରଣତନ୍ତ୍ର ଦିବସକୁ କଳା ଦିବସ ରୂପେ ପାଳନ କରୁଛନ୍ତି। ଏବଂ ଛତିଶଗଡ଼ ରାସ୍ତାରେ ଗଛ ପକାଇ ରାସ୍ତା ଅବରୋଧ କରି ସେଥିରେ ଵ୍ୟାନର ଲଗାଇ ଥିବା ଦେଖିବାକୁ ମିଳିଛି ।ତେବେ ଗୁଇନ୍ଦା ବିଭାଗ ଏ ନେଇ ସଚେତନ ରହିଛି। କୌଣସି ଅପ୍ରୀତିକର ଘଟଣାକୁ ଏଡାଇବା ପାଇଁ ପୁଲିସ ଏବଂ ବିଏସ୍ଏଫ୍ ସଜାଗ ରହିଛନ୍ତି।କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି । ଡିଭିଏଫଓ ଏସଓଜି ଯବାନ ସମେତ ବିଏସଏଫ ଯବାନ ସୀମାନ୍ତରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି। ସେହିପରି ଆନ୍ଧ୍ର ଓ ଛତିଶଗଡ ସୀମାକୁ ସିଲ କରାଯାଇଛି।