ଭୁବନେଶ୍ୱର : ଆସନ୍ତାକାଲି ଗୋଟିଏ ଦିନ ପାଇଁ ନୂଆ ମୁଖ୍ୟମନ୍ତ୍ରୀ ହେବେ ସୃଷ୍ଟି । ଏହା ଜାଣିବା ପରେ ଫିଲ୍ମ ‘ନାୟକ’ କଥା ହୁଏତ ଆପଣଙ୍କ ମନେପଡୁଥିବ, ଯେଉଁଠି ଗୋଟିଏ ଦିନ ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ ଅନିଲ କପୁର । କିନ୍ତୁ ଏହା ଫିଲ୍ମ ନୁହେଁ , ଏହା ହେଉଛି ବାସ୍ତବତା । ଆସନ୍ତା କାଲି ୨୪ ଘଣ୍ଟା ପାଇଁ ଶାସନଭାର ସମ୍ଭାଳିବେ ସୃଷ୍ଟି ଗୋସ୍ୱାମୀ । ଜାନୁଆରୀ ୨୪ତାରିଖ ଜାତୀୟ ମହିଳା ଦିବସ ଉପଲକ୍ଷେ ହରିଦ୍ୱାରର ଝିଅ ସୃଷ୍ଟି ଗୋସ୍ୱାମୀ ଆସନ୍ତାକାଲି ଉତ୍ତରାଖଣ୍ଡର ଦିନିକିଆ ମୁଖ୍ୟମନ୍ତ୍ରୀ ହେବେ । ଏନେଇ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତ୍ରିବେଦ ସିିଂହ ରାୱତ ସୀକୃତି ପ୍ରଦାନ କରିଛନ୍ତି । ହରିଦ୍ୱାରର ଦୌଲତପୁର ନିବାସୀ ସୃଷ୍ଟି ବିଏସଏସ ପିଜି କଲେଜରେ ବିଏସସି ଏଗ୍ରିକଲଚରର ୭ମ ସେମିଷ୍ଟାରର ଛାତ୍ରୀ ଅଟନ୍ତି । ୨୦୧୮ମସିହା ମେ ମାସରେ ଉତ୍ତରାଖଣ୍ଡରେ ଆୟୋଜିତ ହୋଇଥିବା ଶିଶୁ ବିଧାନସଭାରେ ସେ ମୁଖ୍ୟମନ୍ତ୍ରୀ ଭାବେ ନିୟୋଜିତ ହୋଇଥିଲେ । ତେବେ ଦିନକ ପାଇଁ ମୁଖ୍ୟମନ୍ତ୍ରୀ ହେବା ପରେ କଣ କରିବେ ସୃଷ୍ଟି ।
ମୁଖ୍ୟମନ୍ତ୍ରୀ ହେବା ପରେ ବିକାଶ କାର୍ୟ୍ୟର ସମୀକ୍ଷା କରିବେ ସୃଷ୍ଟି । ଆସନ୍ତା କାଲିର ବୈଠକରେ ବିଭାଗୀୟ ଅଧିକାରୀମାନେ ୫-୫ ମିନିଟ୍ ଧରି ବିକାଶ ମୂଳକ ଯୋଜନାର ପ୍ରେଜେନଟେସନ୍ ଦେବେ । ଏହି କାର୍ୟ୍ୟକ୍ରମରେ ସମସ୍ତ ଅଫିସରମାନେ ମଧ୍ୟ ଉପସ୍ଥିତ ରହିବେ । ଏନେଇ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଜଣାଇଛନ୍ତି ଉତରାଖଣ୍ଡ ଶିଶୁ ଅଧିକାର ସୁରକ୍ଷା ଆୟୋଗ ।
Edit by Sushree Biswajeeta