ସୁନା ଚୋରିର ନୂଆ ଫର୍ମୁଲା

0

ତେଲେଙ୍ଗାନା ଏୟାରପୋର୍ଟରେ ଏକ ଭିନ୍ନ ଧରଣର ଚୋରିର ପର୍ଦ୍ଦାଫାସ କରିଛି ହାଇଦ୍ରାବାଦ କଷ୍ଟମ ବିଭାଗ । ନୂଆ କୌଶଳରେ ଚୋରି କରି ଧରାପଡ଼ିଲେ ଯାତ୍ରୀ । ଗୁଣ୍ଡ ସୁନାକୁ ପେଷ୍ଟ କରି ପ୍ଲାଷ୍ଟିକ୍ କ୍ୟାପସୁଲରେ ରଖି ହେଉଥିଲା ଚୋରା ଚାଲାଣ । ମଳଦ୍ୱାରରେ ସୁନା ପେଷ୍ଟ ରଖି ଆଣୁଥିବା ସମୟରେ ତେଲେଙ୍ଗାନା ଏୟାରପୋର୍ଟରେ ଯାତ୍ରୀଙ୍କୁ ଧରିଛି କଷ୍ଟମ ବିଭାଗ ।
ଖବର ମୁତାବକ, ଯାତ୍ରୀ ଜଣଙ୍କ ମସ୍କଟରୁ ତେଲେଙ୍ଗାନା ଆସିଥିଲେ । ସେ ମଳଦ୍ୱାରରେ ସୁନା ପେଷ୍ଟ ଲୁଚାଇ ରଖିଥିଲେ । ତାଙ୍କ ଠାରୁ ପ୍ରାୟ ୬୮୫.୭ ଗ୍ରାମ ସୁନା ଜବତ ହୋଇଛି। ଯାହାର ମୂଲ୍ୟ ପ୍ରାୟ ୪୩ ଲକ୍ଷ ହେବ ବୋଲି ଜଣାପଡିଛି। ଏୟାରପୋର୍ଟରେ ବ୍ୟକ୍ତିଙ୍କ ବ୍ୟବହାର ଦେଖି ସନ୍ଦେହ କରି ଅଟକ ରଖାଯାଇଥିଲା । ଫଳରେ ସୁନା ଲୁଚାଇ ନେଉଥିବା କଥା ଜଣାପଡିଥିଲା । ତେବେ ପ୍ରଥମ ଥର ପାଇଁ ସୁନା ପେଷ୍ଟକୁ ଜବତ କରିଛି କଷ୍ଟମ ବିଭାଗ ।