ଦୁର୍ଦ୍ଦାନ୍ତ ମାଓନେତା ଶଙ୍କର ଗିରଫ

0

ଭୁବନେଶ୍ୱର (ଆଦର୍ଶ ରାଉତ) : ମାଓ ବିରୋଧୀ ଅପରେସନରେ ଓଡ଼ିଶା ପୋଲିସକୁ ବଡ଼ ସଫଳତା ମିଳିଛି । କୋରାପୁଟ ବୌପାରିଗୁଡାରୁ ଗିରଫ ହେଲେ ମାଓନେତା ଦୁବାସୀ ଶଙ୍କର । ଦୁବାସୀ ଶଙ୍କର ଗିରଫ ନେଇ ପୋଲିସ ଡିଜି ଅଭୟ ସୂଚନା ଦେଇଛନ୍ତି । ସେ ୨୦୧୨ରେ ପାମେଡୁ ଏରିଆରେ ସିପିଆଇ ମାଓ ସଂଗଠନରେ ଯୋଗ ଦେଇଥିବା ବେଳେ ୨୦୧୨ରେ ସେ ମିଲିଟାରି ଟ୍ରେନଂ ନେଇଛନ୍ତି । ୨୦୧୨ରେ ନନ୍ଦପୁର ଏସି, ଗୁମା ଏସି, ପଦବାୟୁଲୁ ଏସି ରେ ଭାବେ କାର୍ୟ୍ୟକରିବା ପରେ ଏସିସିଏମକୁ ପାହ୍ୟାକୁ ପଦନ୍ନୋତି ହୋଇଥିଲା । ୨୦୧୮ରେ ଆନ୍ଧ୍ର ପୋଲିସ ଦ୍ୱାରା ଗିରଫ ହୋଇଥିଲେ ଶଙ୍କର । ୨୦୧୯ରେ ଜେଲରୁ ଖଲାସ ହେବା ପରେ ପୁଣି ଥରେ ମାଓ ସଂଗଠନରେ ଯୋଗ ଦେଇଥିଲେ ଶଙ୍କର । ପତ୍ନୀ ତାଲସେ ହୁଇକା ଆତ୍ମସର୍ମପଣ ହେବା ପରେ ଶଙ୍କର ପୋଲିସ ପାଖରେ ନିଜକୁ ଆତ୍ମସର୍ମପଣ କରିବା ପାଇଁ ନିଷ୍ପତି ନେଇଥିଲେ ।
୨୦୦୯ ଦାମନଯୋଡ଼ି ସିଆରପିଏଫ ୯ ଯବାନ ସହିଦ, ୨୦୧୦ ଗୋବିନ୍ଦପାଲ୍ଲୀ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ୧୧ ପୋଲିସ ସହିଦ, ଜାନୁଗୁଡ଼ା ଆମ୍ବୁସ ଆଦି ହିଂସାକାଣ୍ଡରେ ଦୁବାସି ଶଙ୍କରଙ୍କ ସମ୍ପୃକ୍ତ ରହିଛି । ଖୁବଶୀଘ୍ର ପୋଲିସ ଦୁବାସିଙ୍କୁ ରିମାଣ୍ଡରେ ଆଣି ଜେରା କରିବ ବୋଲି ଡିଜିପି ସୂଚନା ଦେଇଛନ୍ତି ।