ସିଂହଙ୍କ ସଂଖ୍ୟା ଦିନକୁ ଦିନ ଲୋପ ପାଇବାରେ ଲାଗିଛି

0

ଭୁବନେଶ୍ୱର : କୁହାଯାଏ ଜଙ୍ଗଲର ରାଜା ହେଉଛି ସିଂହ | ତେବେ ଆଜି ହେଉଛି ବିଶ୍ୱ ସିଂହ ଦିବସ | ଆସ୍ତେ ଆସ୍ତେ ସିଂହ ଲୋପ ପାଇବାରେ ବସିଲାଣି |ତେବେ ସହରୀ ସଭ୍ୟତାର ପ୍ରସାର ଯୋଗୁଁ ଜଙ୍ଗଲର ରାଜା ଆଜି ଚିଡ଼ିଆଖାନାରେ ପର୍ୟ୍ୟଟକଙ୍କ ଦର୍ଶନୀୟ ଜନ୍ତୁ ପାଲଟିଛି। ଜଙ୍ଗଲରେ ଅନୁକୂଳ ପରିବେଶ ଅଭାବରୁ ଯେମିତି ସିଂହ ବଂଶ ବୃଦ୍ଧି ବାଧାପ୍ରାପ୍ତ ହେଉଛି, ଚିଡ଼ିଆଖାନାରେ ବି ସେମିତି ଅବସ୍ଥା।

ଗୁଜୁରାଟର ଗିର୍‌ ଜଙ୍ଗଲରେ ବିପୁଳ ସଂଖ୍ୟାରେ ବାସ କରୁଥିବା ସିଂହ ଆଜି ହାତଗଣତିକୁ ଖସିଆସିଛି।  ସେହିପରି ଓଡିଶାରେ ମଧ୍ୟ ସିଂହ ଖୁବ୍ ବିରଳ । ନନ୍ଦନକାନନକୁ ବିଭିନ୍ନ ଦେଶରୁ ସିଂହ ଅଣାଯାଉଥିଲେ ବି ଏଠିକାର ଜଳବାୟୁ ସେମାନଙ୍କ ଉପଯୋଗୀ ନଥିବାରୁ ସେମାନେ ତିଷ୍ଠି ପାରୁନାହାଁନ୍ତି । ଓଡ଼ିଶାର ନନ୍ଦନକାନନ‌ ଦିନେ ସିଂହ ବଂଶ ବୃଦ୍ଧି ପାଇଁ ସମଗ୍ର ଦେଶରେ ସୁନାମ ଅର୍ଜନ କରିଥିବା ବେଳେ ଆଜି ତାହା ମିଳେଇଯାଇଛି ।

ଏକଦା ୫୬ ସିଂହ ଥିବା ନନ୍ଦନକାନନରେ ଏବେ ମାତ୍ର ୧୬ଟି ସିଂହ ଅଛନ୍ତି। ତେଣୁ ଏମାନଙ୍କ ସଂଖ୍ୟା ଏଠାରେ ଅତି ନ୍ୟୁନ । ସେମନକାରବ ଚଲାବୁଲା ପାଇଁ ପରଜ୍ୟାପ୍ତ ପରିମାଣର ଜଙ୍ଗଲ ନଥିବା ଏହା ସିଂହ ଲୋପ ପାଇବାର ଏକ ପ୍ରମୁଖ କାରଣ |