ରାଜ୍ୟସଭାରେ ଏନଡିଏକୁ ଝଟକା

ଜେଡିୟୁ ହାତ ଛାଡିବା ପରେ ଆସନ ସଂଖ୍ୟା ୧୧୦କୁ ହ୍ରାସ

0

ନୂଆଦିଲ୍ଲୀ: ଗତ ତିନି ବର୍ଷ ମଧ୍ୟରେ ଏନଡିଏର ସହଯୋଗୀ ଦଳମାନେ ଜଣଙ୍କ ପରେ ଜଣେ ଏନଡିଏର ହାତ ଛାଡିବାରେ ଲାଗିଛନ୍ତି। ଫଳରେ ରାଜ୍ୟସଭାରେ ଏନଡିଏ ସଂଖ୍ୟା ଲଘୁ ହେବାରେ ଲାଗିଛି। ଗତ ୨୦୧୯ ନିର୍ବାଚନ ପରଠାରୁ ଏନଡିଏ ଠାରୁ ତିନୋଟି ଦଳ ଅଲଗା ହୋଇଯାଇଛନ୍ତି। କୃଷି ଆଇନକୁ ବିରୋଧ କରି ଶିରୋମଣି ଅକାଳୀ ଦଳ ଏନଡିଏର ହାତ ଛାଡିଥିଲା। ତେବେ ୨୦୧୯ ନିର୍ବାଚନ ପୂର୍ବରୁ ତେଲୁଗୁ ଦେଶମ ପାର୍ଟି (ଟିଡିପି) ଓ ପରେ ଶିବସେନା ଏନଡିଏର ହାତ ଛାଡିଥିଲେ। ସଂପ୍ରତି ଏନଡିଏର ରାଜ୍ୟସଭାରେ ମୋଟ ୧୦୮ ଜଣ ସାଂସଦ ରହିଛନ୍ତି। ତେବେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ବିଲ ପାରିତ କରାଇବାରେ ୧୧୯ ଜଣ ସାଂସଦଙ୍କ ସମର୍ଥନ ଆବଶ୍ୟକ। ତେବେ ଏନଡିଏ ପାଖରେ ୧୦୮ ଜଣ ସାଂସଦ ରହିଛି। ତେଣୁ ଆହୁରି ୧୧ ଜଣ ସାଂସଦଙ୍କ ସମର୍ଥନ ଆବଶ୍ୟକ। ତେଣୁ ଏନଡିଏକୁ ବିଜେଡି ଓ ୱାଇଏସଆର କଂଗ୍ରେସର ସମର୍ଥନ ଆବଶ୍ୟକତା ରହିଛି। ସଂପ୍ରତି ଜେଡିୟୁର ୪ ଜଣ ସାଂସଦ ରହିଥିଲେ। ବିହାରରେ ମେଣ୍ଟ ଭାଙ୍ଗିବା ପରେ ସେମାନେ ଆଉ ସମର୍ଥନ କରିବେ ନାହିଁ । ତେଣୁ ରାଜ୍ୟସଭାରେ ଏନଡିଏକୁ ଅକଳରେ ପକାଇପାରେ । ତେବେ, ଯେତେବେଳେ ଜେଡିୟୁ ଏନଡିଏର ଏକ ଅଂଶ ଥିଲା, ସେତେବେଳେ ମଧ୍ୟ ରାଜ୍ୟସଭାରେ ଏହାର ସଂଖ୍ୟାଗରିଷ୍ଠତା ନଥିଲା। ବର୍ତ୍ତମାନ ରାଜ୍ୟସଭାରେ ସାଂସଦଙ୍କ ସଂଖ୍ୟା ୨୩୭ ଏବଂ ସଂଖ୍ୟାଗରିଷ୍ଠ ସଂଖ୍ୟା ହେଉଛି ୧୧୯। ଜାମ୍ମୁ କାଶ୍ମୀରରୁ ୪, ତ୍ରିପୁରାରୁ ଗୋଟିଏ ଏବଂ ୩ ଟି ମନୋନୀତ ଆସନ ଖାଲି ଅଛି। ଜଣେ ସ୍ ସଦ୍ଭୟରକ୍ଟ୍ରରଦ୍ଭୟରଦ୍ଭଗ୍ଧ ାଧୀନ ତଥା ୫ ଜଣ ମନୋନୀତ ସଦସ୍ୟଙ୍କ ସମେତ ଏନଡିଏର ବର୍ତ୍ତମାନର ୧୧୫ ସାଂସଦଙ୍କ ଶକ୍ତି ରହିଛି ଏବଂ ଜେଡିୟୁ ଛାଡିବା ପରେ ଏହି ସଂଖ୍ୟା ୧୧୦ କୁ ବୃଦ୍ଧି ପାଇଛି, ଯାହା ସଂଖ୍ୟାଗରିଷ୍ଠତାଠାରୁ ୯ କମ୍ ଅଟେ। ରାଜ୍ୟସଭାରେ ଡେପୁଟି ଚେୟାରମ୍ୟାନ୍ ହରିଭାନ୍ଙ୍କ ସମେତ ଜେଡିୟୁରେ ୫ ଜଣ ସାଂସଦ ଅଛନ୍ତି।
ତେବେ, ଯେତେବେଳେ ଜେଡିୟୁ ଏନଡିଏର ଏକ ଅଂଶ ଥିଲା, ସେତେବେଳେ ମଧ୍ୟ ରାଜ୍ୟସଭାରେ ଏହାର ସଂଖ୍ୟାଗରିଷ୍ଠତା ନଥିଲା। ବର୍ତ୍ତମାନ ରାଜ୍ୟସଭାରେ ସାଂସଦଙ୍କ ସଂଖ୍ୟା ୨୩୭ ଏବଂ ସଂଖ୍ୟାଗରିଷ୍ଠ ସଂଖ୍ୟା ହେଉଛି ୧୧୯। ଜାମ୍ମୁ କାଶ୍ମୀରରୁ ୪, ତ୍ରିପୁରାରୁ ଗୋଟିଏ ଏବଂ ୩ ଟି ମନୋନୀତ ଆସନ ଖାଲି ଅଛି। ଜଣେ ସ୍ୱାଧୀନ ାଧୀନ ତଥା ୫ ଜଣ ମନୋନୀତ ସଦସ୍ୟଙ୍କ ସମେତ ଏନଡିଏର ବର୍ତ୍ତମାନର ୧୧୫ ସାଂସଦଙ୍କ ଶକ୍ତି ରହିଛି ଏବଂ ଜେଡିୟୁ ଛାଡିବା ପରେ ଏହି ସଂଖ୍ୟା ୧୧୦ କୁ ବୃଦ୍ଧି ପାଇଛି, ଯାହା ସଂଖ୍ୟାଗରିଷ୍ଠତାଠାରୁ ୯ କମ୍ ଅଟେ। ରାଜ୍ୟସଭାରେ ଡେପୁଟି ଚେୟାରମ୍ୟାନ୍ ହରିଭାନଙ୍କ ସମେତ ଜେଡିୟୁରେ ୫ ଜଣ ସାଂସଦ ଅଛନ୍ତି।