ଚାଷୀ ପ୍ରସଙ୍ଗକୁ ନେଇ ବିରୋଧୀ ବିଜେପି ଓ କଂଗ୍ରେସର ଗୃହ ମଧ୍ୟ ଭାଗରେ ନରାବାଜି :୪.୩୦ ପର୍ଯ୍ୟନ୍ତ ଗୃହ ମୁଲତବୀ

0

ଭୁବନେଶ୍ୱର:ଅପରାହ୍ନ ଅଧିବେଶନରେ ବି ଗୃହରେ ହଟଗୋଳ । ଚାଷୀ ପ୍ରସଙ୍ଗକୁ ନେଇ ବିରୋଧୀ ବିଜେପି ଓ କଂଗ୍ରେସର ଗୃହ ମଧ୍ୟ ଭାଗରେ ନରାବାଜି । ଗୃହର ସୁପରିଚାଳନା ପାଇଁ ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ । ୪.୩୦ ପର୍ଯ୍ୟନ୍ତ ଗୃହ ମୁଲତବୀ । ଚାଷୀ ପ୍ରସଙ୍ଗରେ ବିଧାନସଭାରେ ଜୋରଦାର ହୋହଲ୍ଲା ଦେଖିବାକୁ ମିଳିିଥିଲ। । ପ୍ରଥମେ ୧୧ଟା ୩୦ ଯାଏଁ ଗୃହ ଅଚଳ ରହିଥିବା ବେଳେ ପୁଣି ଶାସକ ଓ ବିରୋଧୀ ହଙ୍ଗାମା କରିଥିଲେ । ଫସଲ ବୀମା, ଇନପୁଟ୍ ସବସିଡି, ମଣ୍ଡି ପ୍ରସଙ୍ଗକୁ ନେଇ ବିରୋଧୀ ଅଧିବେଶନର ଦ୍ୱିତୀୟ ଦିନରେ ଜୋରଦାର ହୋହଲ୍ଲା କରିଥିଲେ । କଂଗ୍ରେସ ଓ ବିଜେପି ହଟ୍ଟଗୋଳ କରୁଥିବାବେଳେ ବିଜେଡି ବିଧାନସଭା ବାହାରେ ଏମଏସପି ପ୍ରସଙ୍ଗ ନେଇ ବିକ୍ଷୋଭ କରିଛି । ତେଣୁ ବାଚସ୍ପତି ବିକ୍ରମକେଶରୀ ଆରୁଖ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ କରାଯାଇଥିଲା । ତେବେ ୪ ଟାରେ ଗୃହ ଚାଲିବାର ଥିଲା । କିନ୍ତୁ ପୁଣି ୪.୩୦ ପର୍ୟ୍ୟନ୍ତ ଗୃହ ମୁଲତବୀ ରଖାଯାଇଛି ।