ଅଳ୍ପକେ ବର୍ତ୍ତିଲା ଯାତ୍ରୀବାହୀ ଟ୍ରେନ

0

ମିରଟ: ଅଳ୍ପକେ ବର୍ତ୍ତିଲା ଯାତ୍ରୀବାହୀ ଟ୍ରେନ୍ । ଉତ୍ତର ପ୍ରଦେଶର ମିରଟ ଜନପଥରେ ଏକ ବିରାଟ ଦୁର୍ଘଟଣାରୁ ବର୍ତ୍ତି ଯାଇଛି ଯାତ୍ରୀବାହୀ ଟ୍ରେନ । ଆଜି ସକାଳେ ସହାରନପୁର-ଦିଲ୍ଲୀ ଯାତ୍ରୀବାହୀ ଟ୍ରେନ ଦୋରାଲ ରେଲୱେ ଷ୍ଟେସନରେ ପହଞ୍ଚିଥିଲା । ଏହି ସମୟରେ ହଠାତ୍ ଟ୍ରେନର ୩ଟି ଡବାରେ ନିଆଁ ଲାଗିଯାଇଥିଲା । ନିଆଁ ଧିରେ ଧିରେ ବଢିବାକୁ ଲାଗିଥିଲା ଫଳରେ ସେଥିରେ ଥିବା ଯାତ୍ରୀମାନେ ଜୀବନ ବଞ୍ଚାଇ ବାହାରିଯାଇଥିଲେ । ତେବେ ଏହି ସମୟରେ ଅନେକ ଯାତ୍ରୀ ଆହତ ମଧ୍ୟ ହୋଇଥିବା ଜଣାପଡ଼ିଛି ।ଖବର ପାଇ ଘଟଣା ସ୍ଥଳରେ ଦମକଳ ବାହୀନି ପହଞ୍ଚି ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ନିଆଁକୁ ଆୟତ୍ତ କରିଛି । ଏହି ଘଟଣାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହୋଇଛି । ତେବେ ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇନାହିଁ । ସର୍ଟ ସର୍କିଟ ପାଇଁ ଏଭଳି ହୋଇଥିବା କହୁଛନ୍ତି । ସର୍ଟସର୍କିଟ ଯୋଗୁଁ ଏଭଳି ଘଟଣା ଘଟିଥିବା ସୂଚନା ମିଳିଛି ।