ଫ୍ଲାଇଟ୍ ବିଳମ୍ବ ହେବା ଯୋଗୁଁ ହନ୍ତସନ୍ତ ହେଲେ ଯାତ୍ରୀ

0

ମୁମ୍ବାଇ : ଫ୍ଲାଇଟ୍ ବିଳମ୍ବ ହେବା ଯୋଗୁଁ ହନ୍ତସନ୍ତ ହେଲେ ଯାତ୍ରୀ । ଭିଏତନାମର ଭିଏଟ୍ ଜେଟ୍ ଏୟାରର ଏକ ଫ୍ଲାଇଟ୍ ୧୦ ଘଣ୍ଟା ବିଳମ୍ବ ହେବା ଯୋଗୁଁ ପ୍ରାୟ ୩୦୦ ଯାତ୍ରୀ ମୁମ୍ବାଇ ଏୟାରପୋର୍ଟରେ ପ୍ରାୟ ୧୨ ଘଣ୍ଟା ଧରି ଫସି ରହିଥିଲେ । ବିମାନଟି ଭିଏତନାମର ହୋ ଚି ମିନ୍ ସିଟି ଅଭିମୁଖେ ଯିବାର ଥିବା ବେୋଳ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ୧୦ ଘଣ୍ଟାରୁ ଅଧିକ ସମୟ ବିଳମ୍ବ ହୋଇଥିଲା । ଯାତ୍ରୀଙ୍କ କହିବା ଅନୁଯାୟୀ, ବିମାନରେ ତ୍ରୁଟି ଯୋଗୁଁ ତାଙ୍କୁ ପ୍ରାୟ ୧୦ ଘଣ୍ଟା ଧରି ବିମାନ ବନ୍ଦରରେ ଅପେକ୍ଷା କରିବାକୁ ପଡ଼ିଥିଲା। ଯାତ୍ରୀ ଅଟକି ରହିଥିଲେ ବି ବିମାନ କମ୍ପାନି ପକ୍ଷରୁ ସେମାନଙ୍କ ହୋଟେଲ ରହିଣି ଓ ଖାଇବା ପାଇଁ କୌଣସି ବ୍ୟବସ୍ଥା କରାଯାଇନଥିଲା । ଏହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଥିଲା । ଅନ୍ୟପକ୍ଷରେ ବିମାନ କମ୍ପାନି ପକ୍ଷରୁ ଏହି ବିଳମ୍ବକୁ ସ୍ବୀକାର କରାଯିବା ସହ କୁହାଯାଇଛି ଯେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଯେଉଁ ଫ୍ଲାଇଟ୍ ୨୬ ତାରିଖ ରାତି ୧ଟାରେ ଛାଡ଼ିବାର ଥିଲା ତାହା ସଂଧ୍ୟା ସାଢେ ୮ଟାକୁ ରିସିଡ୍ୟୁଲ କରାଯାଇଛି । ପ୍ରଭାବିତ ବିମାନର ଯାତ୍ରୀମାନଙ୍କୁ ଏୟାରଲାଇନ୍ସର ନୀତି ଅନୁଯାୟୀ ସହାୟତା କରାଯାଉଛି, ଯେଉଁଥିରେ ହୋଟେଲ, ଖାଦ୍ୟ, ପାନୀୟ ଏବଂ ଅନ୍ୟାନ୍ୟ ସହାୟତା ଅନ୍ତର୍ଭୁକ୍ତ।