ପେଗାସସ୍ ମାମଲାର ଆଜି ଶୁଣାଣି

0

ନୂଆଦିଲ୍ଲୀ (ରିପୋର୍ଟର୍ସ ଟୁଡେ) : ଗତ କିଛି ଦିନ ଧରି ପେଗାସସ୍ ମାମଲାକୁ ନେଇ ସଂସଦ ଠାରୁ ଆରମ୍ଭ କରି ବିଭିନ୍ନ ବୁଦ୍ଧିଜୀବି ମହଲ ପକ୍ଷରୁ ଏହାକୁ ନେଇ କେନ୍ଦ୍ର ସରକାରଙ୍କୁ ସମାଲୋଚନାର ଶିକାର ହୋଇଥିଲେ । ଏଡିଟର୍ସ ଗିଲ୍ଡ ଓ ଏନରାମ ଙ୍କ ଦ୍ୱାରା ପେଗାସସ୍ ମାମଲାର ତଦନ୍ତ ପାଇଁ କରାଯାଇଥିବା ଆବେଦନ ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ ।
ଏହି ଆବେଦନ ଉପରେ ଦୁଇ ଜଣିଆ ଜଜ୍ ବେଞ୍ଚ ଏହି ପେଗାସସ୍ ଦୁର୍ନୀତିର ଶୁଣାଣି କରିବେ ଏବଂ ଏହି ବେଞ୍ଚ ର ଅଧ୍ୟକ୍ଷତା କରିବେ ଜଷ୍ଟିସ୍ ଏନଭି ରମନ୍ନା ।
ଇସ୍ରାଏଲ ସଂସ୍ଥା ଏନଏସଓ ଏହି ପେଗାସସ୍ ପ୍ରୋଜେକ୍ଟକୁ ଭାରତ ସରକାର ବିକ୍ରି କରିଥିବା ନେଇ କହିଥିବା ବେଳେ ଭାରତ ସରକାର ଏହାକୁ ଖଣ୍ଡନ କରିଥିଲେ । ଏହି ପେଗାସସ୍ ସ୍ପାୟଓ୍ବାର ମାଧ୍ୟମରେ ସରକାରଙ୍କ ଦୁର୍ନିତୀ ଓ ବିଭିନ୍ନ ନୀତିକୁ ସମାଲୋଚନା କରୁଥିବା ସମ୍ବାଦିକ ବିରୋଧୀ ଓ ରାଜନୈତିକ ବ୍ୟକ୍ତିଙ୍କ ଫୋନ ନମ୍ବରକୁ ହ୍ୟାକ କରାଯାଇଥିଲା ।