ପଦ୍ମ ଓ ହାତକୁ ଏଡାଇ ବିଜେଡିକୁ ବାଛିଲେ ଜନତା

0

ଗଞ୍ଜାମ : ନବୀନ ଅପ୍ରତିଦ୍ୱଦିତ ନାହାନ୍ତି ବିକଳ୍ପ, ପଞ୍ଚାୟତ ଟେଷ୍ଟ ରେ ବିଜେଡି ବାଜିଗର, ଓଡିଶା ରାଜନୀତି ରେ ନୂଆ ଇତିହାସ, ଚଳିତ ପଞ୍ଚାୟତ ନିର୍ବାଚନରେ ଅଭୁତ ପୂର୍ବ ସଫଳତା ପାଇଛି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବିଜେଡି । ଏହି ବ୍ଲକର ତିନୋଟି ଜିଲ୍ଲା ପରିଷଦ ଜୋନ ରୁ ତିନୋଟି ରେ ବାଜିମାତ କରିଛି ବିଜୁ ଜନତା ଦଳ।ଶଙ୍ଖ ଧୂନି ରେ ଉଡ଼ିଛି ପଦ୍ମ ପାଖୁଡା । ୪୪ ନଂ ଜିଲ୍ଲା ପରିଷଦ ଜୋନ ରେ ବିଜେଡି ପାର୍ଥି କଲ୍ୟାଣୀ ପାତ୍ର ୧୬୪୨୫ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପାର୍ଥି ପ୍ରିୟା ବିଷୋୟୀ ୪୫୬୮ ଖଣ୍ଡ ଭୋଟ ପାଇଥିବା ବେଳେ କଂଗ୍ରେସ ପାର୍ଥି ସତ୍ୟଭାମା ପଣ୍ଡା ୨୫୬ ଖଣ୍ଡ ଭୋଟ ପାଇଛନ୍ତି ତେବେ ବିଜେଡି ପାର୍ଥିନି କଲ୍ୟାଣୀ ପାତ୍ର ନିଜ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ପାର୍ଥି ପ୍ରିୟା ବିଷୋୟୀଙ୍କ ଠାରୁ ୧୧୮୫୭ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ।

ସେହିପରି ୪୫ ନଂ ଜୋନ ରେ ବିଜେଡି ପାର୍ଥିନି ମଧୁମିତା ସାହୁ ୧୫୦୯୨ ଭୋଟ ପାଇଥିବା ବେଳେ ବିଜେପି ପାର୍ଥି ପ୍ରଦୀପ କୁମାର ଘୋଷ ୬୩୪୬ ଖଣ୍ଡ ଭୋଟ ପାଇଥିବା ବେଳେ କଂଗ୍ରେସ ପାର୍ଥି ରତ୍ନାକର ଖଟୁଆ ୬୪୭ ଖଣ୍ଡ ଭୋଟ ପାଇଛନ୍ତି ତେବେ ବିଜେଡି ପାର୍ଥିନି ମଧୁମିତା ସାହୁ ନିଜ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ପାର୍ଥି ପ୍ରଦୀପ କୁମାର ଘୋଷ ଙ୍କ ଠାରୁ ୮୭୪୬ ଖଣ୍ଡ ଭୋଟ ବ୍ୟବଧାନ ରେ ବିଜୟୀ ହୋଇଛନ୍ତି ।

 

ସେହିପରି ୪୬ ନଂ ଜୋନରେ ବିଜେଡି ପାର୍ଥିନି ବିନୋଦିନୀ ସ୍ୱାଇଁ ୧୫୮୦୧ ଭୋଟ ପାଇଥିବାବେଳେ ବିଜେପି ପାର୍ଥି ଅହଲ୍ୟା ସାମନ୍ତରାୟ ୫୭୮୧ ଭୋଟ ପାଇଥିବା ବେଳେ କଂଗ୍ରେସ ପାର୍ଥି ଶାନ୍ତି ନାହାକ ୪୯୨ ଭୋଟ ପାଇଛନ୍ତି । ତେବେ ବିଜେଡି ପାର୍ଥିନି ବିନୋଦିନୀ ସ୍ୱାଇଁ ନିଜ ନିକତମ ପ୍ରତିଦ୍ୱନ୍ଦୀ ଅହଲ୍ୟା ସାମନ୍ତରାୟଙ୍କ ଠାରୁ ୧୦୦୨୦ ଭୋଟ ବ୍ୟବଧାନ ରେ ବିଜୟୀ ହୋଇଛନ୍ତି  ।  ବିଜୟୀ ପରେ ସମସ୍ତ ପାର୍ଥି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କୁ ଧନ୍ୟବାଦ ଜଣାଇବ ସହ ଆଗାମୀ ଦିନରେ ବିଧାୟିକା ଙ୍କ ଭିଜନ ରେ ବେଗୁନିଆପଡା ର ବିକାଶ ପାଇଁ କାମ କରିବା ନେଇ ମତ ରଖିଛନ୍ତି।

ଏହି ନିର୍ବାଚନ ପ୍ରକ୍ରିୟାକୁ ଅନୁମାନ କଲେ ବେଗୁନିଆପଡା ବ୍ଲକରେ ବିଜେପି ଏବଂ କଂଗ୍ରେସ ନିଜର ସତ୍ତା ହରାଇଥିବା ସହ ବ୍ଲକରେ ବିଜେଡି ର ଏକ ପାଖିଆ ବୃହତ ବିଜୟ ହୋଇଛି । ପଦ୍ମ ଓ ହାତ କୁ ଏଡ଼ାଇ ବେଗୁନିଆପଡା ଭାର ନବୀନ ଓ ଲତିକାଙ୍କ କାନ୍ଧରେ ନ୍ୟସ୍ତ କରିଛନ୍ତି ଅଞ୍ଚଳବାସି । ଏ ବୃହତ ବିଜୟ ନେଇ କବିସୂର୍ଯ୍ୟନଗର ବିଧାୟିକା କହିଛନ୍ତି ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତି ପାଇଁ ଓଡ଼ିଶା ବିକାଶର ବିନ୍ଧାଣିଙ୍କୁ ବାଛିଛନ୍ତି ଜନତା । ବୃଦ୍ଧ, ଯୁବା ଅବା ମହିଳା ସଭିଙ୍କର ଗୋଟିଏ ପସନ୍ଦ ବିକାଶର ସାରଥି ନବୀନ କେବଳ ନବୀନ ।