ଦର ବୃଦ୍ଧିକୁ ନେଇ ରାଜ ରାସ୍ତାକୁ ଓହ୍ଲାଇଲେ ଶ୍ରୀଲଙ୍କାର ଜନତା

0

କଲମ୍ବୋ : ଶ୍ରୀଲଙ୍କାରେ ଧୀରେ ଧୀରେ ବଢିବାରେ ଲାଗିଛି ଶଙ୍କଟ । ସେଠାରେ ଆକାଶ ଛୁଆଁ ହେଲାଣି ଦରଦାମ୍ ବୃଦ୍ଧି । ଏପରିକି ଦର ଦାମ ବୃଦ୍ଧିକୁ ନେଇ ରାଜ ରାସ୍ତାକୁ ଓହ୍ଲାଇଲେଣି ସାଧାରଣ ଜନତା । ସରକାରଙ୍କ ଏପରି ଆଇନକୁ ବିରୋଧ କରି ଶ୍ରୀଲଙ୍କଲାର ବିଭିନ୍ନ ସହରରେ ଦେଖିବାକୁ ମିଳିଛି ଅଶନ୍ତୋଷ ।

ଆର୍ଥୀକ ସମସ୍ୟା ହେତୁ ଇନ୍ଧନ ଓ ଅତ୍ୟାବଶ୍ୟକ ଜିନଷରେ ଦେଖା ଦେଇଛି ଘୋର ଅଭାବ । ଏପରିକି ଏହି ଆର୍ଥିକ ସମସ୍ୟା ହେତୁ ଦେଖା ଦେଇଛି ଖାଦ୍ୟ ନିଅଣ୍ଟ । ପିଇବାକୁ ପାଣି ନାହିଁ କି ଖାଇବାକୁ ଡାଲି ଚାଉଳ ମଧ୍ୟ ନାହିଁ । ଇନ୍ଧନ ଗ୍ୟାସର ଅଭାବ ହେତୁ ଦିନ ତମାମ ଲାଇନରେ ଛିଡା ହେବାକୁ ପଡୁଛି । ସରକାରର ଋଣ ଭାରରେ ବୁଡିଚାଲିଛି ପୁରା ଲଙ୍କା । ଡାଲି ଚାଉଳ ପନିପରିବାର ଦର ଆକାଶ ଛୁଆଁ ହେଲାଣି । ଚିନି କିଲୋ ୩୦୦ ଟଙ୍କା ହୋଇଥିବା ବେଳେ ଚାଉଳ କିଲୋ ପିଛା ଦର ୫୦୦ ଟଙ୍କା ହୋଇ ଯାଇଛି । ଆଉ ଇନ୍ଧନ ଗ୍ୟାସ ଦର ମଧ୍ୟ ୪ ହାଜାର ୧୧୯ ଟଙ୍କା ହୋଇଗଲାଣି । ଏପରିକି ଘଣ୍ଟାକୁ ଘଣ୍ଟା ବିଜୁଳି କାଟ୍ ମଧ୍ୟ କରାଯାଉଛି । ସେପଟେ, ଶ୍ରୀଲଙ୍କା ମୁଦ୍ରା ଡଲାର ତୁଳନାରେ ହ୍ରାସ ହୋଇ ପଡିଛି ।

ଏହି କାରଣରୁ ଲୋକଙ୍କ ମଧ୍ୟରେ ଆକ୍ରୋଶ ଦେଖାଦେଇଛି । ଏପରିକି ସରକାର ଆନ୍ଦୋଳନକୁ ବନ୍ଦ କରିବା ପାଇଁ ଫେସବୁକ, ହ୍ୱାଟସଆପ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମକୁ ବ୍ଲକ କରିଦେଇଛନ୍ତି । ସେପଟେ ସର୍ବଦଳୀୟ ସରକାର ଗଠନକୁ ନେଇ ରାଷ୍ଟ୍ରପତିଙ୍କ ପ୍ରସ୍ତାବକୁ ଅଗ୍ରାହ୍ୟ କଲେ ବିରୋଧୀ ।