ନିଯୁକ୍ତି ଦାବିରେ କ୍ଷତିଗ୍ରସ୍ତଙ୍କ ଧାରଣା

0

ଅନୁଗୁଳ /ଜ୍ୟୋତିରଞ୍ଜନ ଧର : ଅନୁଗୁଳ ଜିଲ୍ଲା କଣିହାଁ ଓସିପିରେ ଦଳିତ ଜମିହରାପ୍ରଜାଙ୍କୁ ଚାଳକ, ହେଲପର ଓ ଶ୍ରମିକ ନିଯୁକ୍ତି ଉପେକ୍ଷା କରାଯାଉଛି ଅଭିଯୋଗ କରି କଣିହାଁ ଖୋଲାମୁହଁ କୋଇଲା ଖଣି ଜରଡ଼ା ମୁଖ୍ୟ ଫାଟକ ପୁରୁଣା ଟାଇମ୍ ଅଫିସ୍ ସମ୍ମୁଖରେ ଧାରଣା ଦିଆଯାଇଥିଲା। ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସ ଉପସଭାପତି ଶାନ୍ତିଲତା ବେହେରା ଏହାର ନେତୃତ୍ୱ ନେଇଥିଲେ।

ସୁଶାନ୍ତ ବେହେରା, ବବଲୁ ବେହେରା, ଶୁଭେନ୍ଦୁ ବେହେରା, ଅବନୀ ବେହେରା ପ୍ରମୁଖ ଏଥିରେ ସାମିଲ ହୋଇଥିଲେ । ଖଣିରେ କାର୍ଯ୍ୟରତ ବିଭିନ୍ନ ଠିକା ସଂସ୍ଥାରେ ଜମିହରା ଏସ୍ସି ଓ ଏସ୍ଟି ବର୍ଗର ବେକାରୀଙ୍କୁ ନିଯୁକ୍ତି କ୍ଷେତ୍ରରେ ଟାଳଟୁଳ ନିତି ଅଵଲମ୍ବନ କରୁଛି।ପଚାଶ ହଜାର ଦେଲେ ଶ୍ରମିକ କାମ ମିଳୁଛି ।ଏଠିଖଣି କର୍ତୃପକ୍ଷ ଠିକାସଂସ୍ଥା ମିଳିମିଶି ଏଭଳି ବେଆଇନ କାମ କରୁଥିଲେ ମଧ୍ୟ୍ୟ ସଭିଏଁ ଚୁପ।

ଦଳିତ ବେକାରୀ ଜମିହରା କେଉଁଠୁ ଟଙ୍କା ଆଣିବେ।ପିସି ନଦେବାରୁ ଦଳିତଙ୍କୁ ନିଯୁକ୍ତି ରୁ ବଞ୍ଚିତ କରାଯାଉଛି ବୋଲି ଅଭିଯୋଗ ଆଣି ଆନ୍ଦୋଳନକାରୀ ବର୍ଷିଥିଲେ । ଏମ୍ସିଏଲ ପ୍ରକଳ୍ପ ଅଧିକାରୀ ନାରାୟଣ ପାତ୍ର, କଣିହାଁ ଥାନା ଆଇଆଇସି କିଶୋର କୁମାର ସାମଲ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ବୁଝାସୁଝା କରିଥିଲେ। ଆସନ୍ତା ୧୬ ତାରିଖରେ କଣିହାଁ ଥାନାରେ ଏନେଇ ତ୍ରିପାକ୍ଷିକ ବୈଠକ ବସି ସମାଧାନର ରାସ୍ତା ବାହାର କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଧାରଣା ସ୍ଥଗିତ କରା ଯାଇଥିଲା ।