ଗଞ୍ଜେଇ ଚାଲାଣରେ୪ଜଣ ଯୁବକଙ୍କୁ ଗିରଫ କରିଛି ପୋଲିସ

0

କୋରାପୁଟ: ପାଠ ପଢିବା ବଦଳରେ ଚାଲିଥିଲା ନିଶା କାରବାର । ସ୍କୁଲ କଲେଜ ଯିବା ବଦଳରେ କରୁଥିଲେ ଗଞ୍ଜେଇ ଚାଲାଣ । ୪ଜଣ ଯୁବକ ଗଞ୍ଜେଇ ଚାଲାଣରେ ମାହିର । ଗଞ୍ଜେଇ ଚାଲାଣ କରିବାକୁ ଏବେ ନୂଆ ତରିକା ଦେଖିବାକୁ ମିଳିଛି। ପୋଲିସ ଆଖିରୁ ବର୍ତ୍ତିବାକୁ ଏକ ଉପାୟ ବାଛିଛନ୍ତି ମାଫିଆ । ହେଲେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ କୋରାପୁଟ ଜିଲ୍ଲା ମାଛକୁଣ୍ଡ ଓ ଲମତାପୁଟ ପୁଲିସ ମଲେଗାଁ ଛକ ନିକଟରେ ଚଢ଼ାଉ କରି ଗଞ୍ଜେଇ ଜବତ ସହ ୪ ଜଣଙ୍କୁ ଗିରଫ କରିଛି। ପଡ଼ୋଶୀ ଆନ୍ଧ୍ରପ୍ରଦେଶ ସୀମାନ୍ତରୁ ଉତ୍ତରପ୍ରଦେଶ ଓ ବିହାର ଅଞ୍ଚଳକୁ ଗଞ୍ଜେଇ ଚାଲାଣ କରାଯାଉଥିବା ସୂଚନା ପାଇ ଚଢ଼ାଉ କରାଯାଇଥିବା ନନ୍ଦପୁର ଏସ୍ଡିପିଓ ସଞ୍ଜୟ ମହାପାତ୍ର କହିଛନ୍ତି। ଗିରଫ ୪ ଯୁବକଙ୍କ ମଧ୍ୟରେ ୨ ଜଣ ଉତ୍ତରପ୍ରଦେଶର ଓ ୨ ଜଣ ବିହାରର ବୋଲି ଜଣାପଡ଼ିଛି। ସେମାନେ ହେଲେ ୟୁପିର ସନ୍ଦୀପ, ସୁମିତ ଓ ବିହାରର ଅଜିତ ରାମ ଓ ସୋନୁ ରାମ।