ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଭଉଣିଙ୍କୁ ଉଠାଇ ନେଲା ପୋଲିସ

0

ହାଇଦ୍ରାବାଦ: କ୍ରେନ୍ ଦ୍ବାରା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ ଜଗନ୍ମୋହନ ରେଡ୍ଡୀଙ୍କ ଭଉଣୀ ଓ୍ବାଇ.ଏସ ଶର୍ମିଲାଙ୍କ କାରକୁ ଟେକି ନେଇଛି ପୋଲିସ । ଖାଲି କାର ନୁହେଁ କାର ଭିତରେ ଥିବା ଶର୍ମିଲାଙ୍କୁ ମଧ୍ୟ ଉଠେଇ ନେଇଛି ପୋଲିସ । ସୂଚନା ଅନୁଯାୟୀ ମଙ୍ଗଳବାର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ସରକାରୀ ବାସଭବନ ଆଗରେ ଦଳର ବିରୋଧ ସମାବେଶରେ ଯୋଗ ଦେଇଥିଲେ । ଏବଂ ପ୍ରଭୃତି ଭବନକୁ ଘେରୋ ସିଏମଙ୍କ ବାସଭବନକୁ ଯିବାକୁ ଚେଷ୍ଟା କରୁଥିଲେ । ଆଉ ସେଥିଲାଗି ତାଙ୍କୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି । ଏହା ସହିତ ଗତକାଲିର ସଂଘର୍ଷ ସମୟରେ ତାଙ୍କ କାରକୁ ଆକ୍ରମଣ ହୋଇଥିଲା । ଏଥିରେ ଗାଡିର ଗ୍ଲାସ ଫାଟିଯାଇଥିଲା ।