କର୍ଣ୍ଣାଟକରେ ବିଭିନ୍ନ ଉନ୍ନୟନମୂଳକ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

0

କର୍ଣ୍ଣାଟକ : ଆଜି କର୍ଣ୍ଣାଟକରେ ବିଭିନ୍ନ ଉନ୍ନୟନମୂଳକ ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବେଙ୍ଗାଲୁରୁରେ ଇଣ୍ଡିଆ ଏନର୍ଜୀ ୱିକ୍-୨୦୨୩ରେ ସେ ସାମିଲ ହୋଇଛନ୍ତି । ବିକଶିତ ସୋଲାର କୁକିଂ ସିଷ୍ଟମର ଟ୍ୱିନ-କୁକଟପ୍ ମଡେଲର ବିକଶିତ ସୋଲାର କୁକିଂ ସିଷ୍ଟମର ଟ୍ୱିନ-କୁକଟପ୍ ମଡେଲର ଭାଶୁରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଉପସ୍ଥିତ ରହି ତାଙ୍କର ବାର୍ତ୍ତା ଦେଇଛନ୍ତି ଦେଶବାସୀଙ୍କ ପାଇଁ ଆଗାମୀ ୫ ବର୍ଷ ଯାଏ ନବୀକରଣୀୟ ଉତ୍ସ, ହାଇଡ୍ରୋଜେନ, ଆମୋନିଆ ସହିତ ଉର୍ଜାର ନୂଆ ଅବତାରର ଉତ୍ପାଦନ ପାଇଁ ବହୁତ ମହତ୍ତ୍ୱପୂର୍ଣ୍ଣ । ମୋଦୀ ଆହୁରି ମଧ୍ୟ କହିଥିଲେ, ମହାମାରୀ ଏବଂ ଯୁଦ୍ଧ ପରେ ମଧ୍ୟ ଭାରତ ଏକ ଗ୍ଲୋବାଲ ବ୍ରାଇଟ ସ୍ପଟ୍ ସେ ଆହୁରି ମଧ୍ୟ କହିଥିଲେ, ଆମର ଲକ୍ଷ୍ୟ ଦେଶକୁ ଏକ ନଂ ଇଲେକଟ୍ରୋନିକ୍ସ ବାହାନ ନିର୍ମାଣ କରିବା । ଆମ ପାଖରେ ଇଲେକଟ୍ରୋନିକ୍ସ ବାହନନୀତି ମଧ୍ୟ ଉପଲବ୍ଧ ରହିଛି । ନିବେଶକଙ୍କ ପାଇଁ ଅନୁକୂଳ ରହିଛି ।