ଟି-ଟ୍ୱେଣ୍ଟି ପାଇଁ ଧାର୍ଯ୍ୟ ହେଲା ପୁରଷ୍କାର ରାଶି

The prize money is fixed for T20

0

ବ୍ୟୁରୋ : ଟି-ଟ୍ୱେଣ୍ଟି ବିଶ୍ୱକପ ଖେଳ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ଏହି ବିଶ୍ୱକପ ଟି-ଟ୍ୱେଣ୍ଟି ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବ । ତେବେ ଏହା ଅକ୍ଟୋବର ୧୬ତାରିଖରୁ ଆରମ୍ଭ ହୋଇ ନଭେମ୍ବର ୧୩ତାରିଖରେ ଶେଷ ହେବ । ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବାକୁ ଥିବା ଦଳ ଗୁଡ଼ିକ ଉପରେ ଟଙ୍କା ବର୍ଷା ହେବାକୁ ଯାଉଛି । ତେବେ ଚାମ୍ପିଆନ ଦଳ ପାଇଁ ପୁରଷ୍କାର ଘୋଷଣା ହୋଇଛି । ବିଜେତା ଦଳକୁ ୧୩ କୋଟି ଟଙ୍କାର ପୁରଷ୍କାର ଦିଆଯିବ । ତେବେ ରନର୍ସ ଅପ୍ ଦଳକୁ ୬.୫୨ କୋଟି ଟଙ୍କା ପ୍ରଦାନ କରାଯିବ । ଟି-ଟ୍ୱେଣ୍ଟି ବିଶ୍ୱକପ -୨୦୨୨ ପାଇଁ ଆଇସିସି ୪୫.୫୯ କୋଟି ଟଙ୍କାର ପୁରଷ୍କାର ରାଶି ପ୍ରଦାନ କରିବ ।

ଏଥର ୧୬ଟି ଟିମ ଟାଇଟଲ ପାଇଁ ଲେଢଇ କରିବେ । ତେବେ ସେହି ସମସ୍ତଙ୍କୁ ପୁରଷ୍କାର ପ୍ରଦାନ କରାଯିବ ଆଇସିସି ପକ୍ଷରୁ । ଚାମ୍ପିୟନ ଓ ରନର୍ସ ଅପ ପରେ ସେମି ଫାଇନାଲରେ ଯେଉଁ ଦଳ ପହଁଂଚିବ ତାଙ୍କୁ ୩.୨୬ କୋଟି ଟଙ୍କା ମିଳିବ । ସେହିପରି ସୁପର-୧୨ ରାଉଣ୍ଡର ବିଜେତା ଦଳ ୩୨ ଲକ୍ଷ ଏବଂ ପରାଜିତ ଦଳ ୫୭ ଲକ୍ଷ ଟଙ୍କା ପାଇବେ । ପ୍ରଥମ ରାଉଣ୍ଡରେ ବିଜେତା ଦଳକୁ ୩୨ ଲକ୍ଷ ଏବଂ ପରାଜିତ ଦଳକୁ ମଧ୍ୟ ସେହି ସମାନ ୩୨ଲକ୍ଷ ଟଙ୍କା ପୁରଷ୍କାର ମିଳିବ ।

ତେବେ ବର୍ତ୍ତମାନ ଜଣା ପଡ଼ିଛି କେଉଁ କେଉଁ ଦେଶର କ୍ରିକେଟ ଟିମ ଭାଗ ନେବେ ପ୍ରଥମ ରାଉଣ୍ଡରେ । ୮ଟି ଟିମ ଖେଳିବେ, ଯଥା ଶ୍ରୀଲଙ୍କା, ନାମିବିୟା, ନେଦରଲାଣ୍ଡ, ୟୁଏଇ, ୱେଷ୍ଟଇଣ୍ଡିଜ, ସ୍କଟଲ୍ୟାଣ୍ଡ, ଆୟରଲାଣ୍ଡ ଓ ଜିମ୍ବାୱେ ଦଳ ଭାଗ ନେବେ । ତେବେ ୨ୟ ରାଉଣ୍ଡରେ କେଉଁମାନେ ଖେଳିବେ ତାହା ଜଣା ପଡ଼ିନାହିଁ ବର୍ତ୍ତମାନ ଯାଏଁ । ପୁରଷ୍କାର ରାଶିକୁ ଦେଖି କ୍ରିକେଟ ଟିମଙ୍କ ମଧ୍ୟରେ ଉତ୍ସା ବଢିଛି । ତେବେ କେଉଁ ଦଳ ନେବେ ୧୩କୋଟି ତାହା ଖେଳ ହେବା ପରେ ଜଣା ପଡିବ ।