ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣମୀ ନେଇ ପୁରୀ ପୋଲିସ ପ୍ରଶାସନ ପ୍ରସ୍ତୁତ

0

(ଜୟନ୍ତ କୁମାର ସେଠୀ / ଗୋପ) ; ଆସନ୍ତା ୨୪ ତାରିଖରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣମୀ ଜ୍ଝ ଏନେଇ ପୁରୀ ପୋଲିସ ପ୍ରଶାସନ ପକ୍ଷରୁ ଆଜି ତୃତୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ଜ୍ଝମୁଖ୍ୟତଃ ସ୍ନାନ ପୂର୍ଣମୀ ପାଇଁ ସହରକୁ ସାତଟି ଜୋନ ରେ ବିଭକ୍ତ କରାଯିବ । ତିନଟି କଡନ ବସିବ । ହେରିଟେଜ କରିଡର ଟି ଇନର କଡନ, ଶ୍ରୀମନ୍ଦିର ନିକଟବର୍ତ୍ତୀ ସାହି ଗୁଡିକୁ ମିଡିଲ କଡନ ଓ ଅନ୍ୟାନ୍ୟ ଅଞ୍ଚଳକୁ ଆଉଟର କଡନ କରାଯିବ । ସ୍ନାନ ପୂର୍ଣମୀ ପାଇଁ ମୋଟ ୩୫ପ୍ଲାଟୁନ ରୁ ଉର୍ଦ୍ଧ ପୋଲିସ ଫୋର୍ସ ମୃତୟନ ହେବେ । ଗତ ଥର ଭଳି କଟକଣା କଟକଣା ରହିବ । ତେବେ ଜରୁରୀକାଳୀନ ସେବା ଓ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣରେ କୌଣସି ଅସୁବିଧା ହେବ ନାହିଁ ବୋଲି ପୁରୀ ଏସ୍ପି ସୂଚନା ଦେଇଛନ୍ତି । ତେବେ ସେବାୟତଙ୍କ ସାମୁହିକ ସ୍ଵାର୍ଥ୍ୟକୁ ନଜରରେ ରଖି ଶ୍ରୀମନ୍ଦିର ପ୍ରଶାସନ ଗତକାଲି ଗୁରୁତ୍ୱପୂର୍ଣ ନିଷ୍ପତି ନେଇଛି । ଶୃଙ୍ଖଳିତ ସ୍ନାନ ଓ ରଥ ଯାତ୍ରା ତଥା ସେବାୟତଙ୍କ ସଂକ୍ରମଣ ରୋକିବା କୁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ଅବଧି କୁ ଜୁଲାଇ ୨୫ପର୍ୟ୍ୟନ୍ତ ବୃଦ୍ଧି କରାଯାଇଚି ।ଅନ୍ୟପଟେ ରଥ ଖଳାରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ୟ୍ୟ । ତିନି ରଥର ଛନ୍ଦା ଗୟଳ ପଡି ଯୋଖା ବାଡିଆ ଆରମ୍ଭ ହୋଇଛି । ତିନିରଥର ରୂପକାର ସେବକମାନେ ନାଟ ଗୋଡ ମାନଙ୍କରେ ରାହୁରୂପ ଖୋଦେଇ ଜାରୀ ରଖିଥିବା ବେଳେ ଦୋଳବେଦୀ ସ୍ଥିତ ଅସ୍ଥାୟୀ କମାର ଶାଳରେ ଓଝା ସେବକ ମାନେ ତିନିରଥର ଧ୍ଵଜବତା କଣ୍ଟା, ତାଗ କଣ୍ଟା, ବାଗିଆ କଣ୍ଟା,ହାତିଆଳ ମାଳ କଣ୍ଟା ନିର୍ମାଣ କରୁଛନ୍ତି ।