ପର୍ଯ୍ୟଟନ

ପର୍ଯ୍ୟଟକଙ୍କ ମନ ମୋହୁଛି ଲୁଦୁ ରାଣୀ

(ବନବାସୀ ପ୍ରଧାନ / କନ୍ଧମାଳ): କନ୍ଧମାଳ ଜିଲ୍ଲା ହେଉଛି ପ୍ରକୃତିର ଗନ୍ଥାଘର । ଏଠିକାର ବଣ ପାହାଡ ସୁବଜ ବନାନୀ ନଦୀ ଝରଣା ଲୋକଙ୍କ ବେଶ ମନ କିଣି ଥାଏ । କନ୍ଧମାଳ ଜିଲ୍ଲାରେ ବହୁତ ପର୍ୟ୍ୟଟନ ସ୍ଥଳୀ ମାନ ରହିଛି । ଯଥା ଦିତୀୟ କାଶ୍ମୀର ଦାରିଙ୍ଗିବାଡ଼ିର କଫିବଗିଚା, ଜଳପ୍ରପାତ, ଲଭରସ୍ ପଏଣ୍ଟ,ଏମୁପକ୍ଷୀ ଗାର୍ଡେନ ଭଳି ଅନେକ ପଯ୍ୟାଟନ ସ୍ଥଳ ଥିବା ବେଳେ ବେଳଘର କାଠ ବଙ୍ଗଳା ମଧ୍ୟ ରହିଛି । ସେହିପରି ଜଳପ୍ରପାତ ମାନଙ୍କ ମଧ୍ୟରେ କୋଟଗଡ଼ ବ୍ଲକ ସୁବର୍ଣ୍ଣଗିରିରେ ଅବସ୍ଥିତ ଲୁଦୁ ଜଳପ୍ରପାତ ହଉଛି ଅନ୍ୟତମ । ତାରି ଗର୍ଭ ଭିତରେ ଲୁଦୁରାଣୀ ଅବସ୍ଥିତ । ଏବେଏହା ପର୍ୟ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି । ଏଠାରେ ଦୁଇଟି ଲୁଦୁ ରହିଛି । ଗୋଟିଏ ବଡ ଲୁଦୁ ଓ ଅନ୍ୟଟି ସାନ ଲୁଦୁ ନାମରେ ପରିଚିତ । ଏହି ଦୁଇ ଲୁଦୁ ପାହାଡର ଗର୍ଭାଦେହରେ ଅବସ୍ଥିତ । ଶୀତ ଋତୁରେ ଦେଶ ବିଦେଶରୁ ହଜାର ହଜାର ପର୍ଯ୍ୟଟକ ଲୁଦୁ ରାଣୀର ମଜା ନେବା ପାଇଁ ବୁଲିବାକୁ ଏଠାକୁ ଛୁଟି ଆସିଥାନ୍ତି । ପ୍ରତିଦିନି ଏହି ଲୁଦୁ ରାଣୀର ମଜା ନେବା ପାଇଁ ପ୍ରାୟ ହଜାର ହଜାର ସଂଖ୍ୟାରେ ପର୍ୟ୍ୟଟକ ଆସିଥାନ୍ତି । ବାହାର ପର୍ୟ୍ୟଟକ ଆସି ଲୁଦୁର ସୌନ୍ଦର୍ୟ୍ୟକୁ ଦେଖି ବହୁତ ଖୁସି ଅନୁଭବ କରୁଛନ୍ତି । ଏଠାକୁ ଗମନାଗମନ ପାଇଁ ସରକାର ତରଫରୁ କୈଣସି ସୁବିଧା କରାଯାଇ ନଥିବାରୁ ପର୍ୟ୍ୟଟକମାନଙ୍କ ମନରେ ଅସନ୍ତୋଷ ଦେଖିବାକୁ ମିଳିଛି । ଏଠାକୁ ପହଞ୍ôଚବା ପାଇଁ ପ୍ରାୟ ୩/୪ କିମି ପାହାଡିଆ ରାସ୍ତା ଦେଇ ବହୁ କଷ୍ଟରେ ଅତିକ୍ରମ କରିବାକୁ ପଡେ ବୋଲି ପର୍ଯ୍ୟଟକମାନେ ପ୍ରକାଶ କରିଛନ୍ତି । ଏଥିପାଇଁ ସ୍ଥାନୀୟ ବାସିନ୍ଦା ଲୁଦୁ ରାଣୀକୁ ପର୍ଯ୍ୟଟନ ସ୍ଥଳିର ମାନ୍ୟତା ଦେବା ପାଇଁ ଜିଲ୍ଲା ପ୍ରଶାସନ ଓ ସରକାରଙ୍କ ନିକଟରେ ପାଖରେ ବାରମ୍ବାର ଦାବୀ କରିଥିଲେ ମଧ୍ୟ କିଛି ସୁଫଳ ମିଳିନଥିବା ଜଣାପଡିଛି । ପ୍ରଶାସନ ଯଦି ଏହି ପର୍ଯ୍ୟଟନସ୍ଥଳୀର ଉନ୍ନତି କରିପାରନ୍ତେ ତାହାହେଲେ ଏଠାରେ ଥିବା ଆଦିବାସୀ ମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆସିବା ସହ ଏହି ଅଞ୍ଚଳର ବିକାଶ ହୋଇପାରିଥାନ୍ତା ବୋଲି ବୁଦ୍ଧିଜୀବୀମାନେ ପ୍ରକାଶ କରିଛନ୍ତି । ଏହି ରାସ୍ତାକୁ ପ୍ରଶାସନ ଅଣଦେଖା କରୁଥିବାବେଳେ ରାସ୍ତାର ଉନ୍ନତିକରଣ ଓ ଲୁଦୁରାଣୀର ରକ୍ଷଣାବେକ୍ଷଣ ପାଇଁ ସ୍ଥାନୀୟ ଜକେସି ଗ୍ରାମର ଯୁବକ ସଂଘର ସଦସ୍ୟ ମାନେ ଆଗେଇ ଆସିଥିବା ଦେଖିବାକୁ ମିଳିଛି ।

Related posts

ପାହାଡ଼ କଟାଯାଇ ତିଆରି କରାଯାଇଛି ଶିଡ଼ି

Report

ସୌନ୍ଦର୍ଯ୍ୟମୟ ‘ମୁର୍ଗା ମହାଦେବ’

Report

ଚାଲନ୍ତୁ ବୁଲି ଯିବା ଓଡିଶାର ଦ୍ୱିତୀୟ ଅର୍କକ୍ଷେତ୍ର

Report

Leave a Comment