ଭୁବନେଶ୍ୱର(ହରପ୍ରସାଦ ବିଷୋୟୀ ):ଆଜି ଧାମନଗର ପାଇଁ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷଦିନ । ସ୍ୱାଦୀନପ୍ରାର୍ଥୀ ଭାବେ ପ୍ରାର୍ଥିପତ୍ର ଦାଖଲ କରିଥିବା ରାଜୁ ଦାସ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବେ କି ନାହିଁ ତା ଉପରେ ସମସ୍ତଙ୍କ ନଜର ଥିବା ବେଲେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବାର ପ୍ରଶ୍ନ ଉଠୁନଥିବା ସ୍ପଷ୍ଟ କରିଛନ୍ତି ରାଜେନ୍ଦ୍ର ଦାସ ।ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖି ରାଜୁ ଦାସ କହିଛନ୍ତି, ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବାର ପ୍ରଶ୍ନ ଉଠୁନି । ମୁଁ କାହା ଚାପରେ ବସବର୍ତ୍ତୀ ହୋଇନି । ଧାମନଗରବାସୀଙ୍କ ଚାପରେ ବଶବର୍ତ୍ତୀ ହୋଇଛି । ଧାମନଗରର ପ୍ରତ୍ୟେକ ମାଆ ଏବଂ ବୟସ୍କ ଲୋକ ମତେ ପ୍ରେରଣା ଦେଉଛନ୍ତି । କହିଛନ୍ତି ତୁମେ ସ୍ୱାଭିମାନର ଲଢେଇ ପାଇଁ ଆଗକୁ ଗୋଡ କାଢ ଆମେ ତୁମ ସାଙ୍ଗରେ ରହିଛୁ, ଆମେ ତମ ସାଙ୍ଗରେ ଲଢିବୁ । କୌଣସି ପଦପଦବୀ ପାଇଁ ମୋର ଲୋଭ ନାହିଁ । ଜନଶକ୍ତି ଆଗରେ ସବୁ ଶକ୍ତି ଫେଲ ମାରିବ । ଲୋକଙ୍କ ସହ ରହିଛି, ଆଉ ଲୋକେ ବି ମୋ ସହିତ ରହିଛନ୍ତି । ମୋର ବିଜୟ ନିଶ୍ଚୟ ହେବ ।